THE BYAPINI

‘କରୋନା ନେଇ ସତର୍କ ରୁହ’

Get real time updates directly on you device, subscribe now.

ପାଖାପାଖି ନଅ କି ଦଶ ମାସର ବ୍ୟବଧାନ ପରେ ଲକଡାଇନ, ସଟଡାଉନ ପରି କଟକଣାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । କରୋନା ସଂକ୍ରମଣ ହ୍ରାସ ପାଇବା ପରେ କରୋନା ଚାଲିଗଲା ବୋଲି ଲୋକେ ଭାବିନେଇଥିଲେ । ହେଲେ ଏବେ ପଡୋଶୀ ରାଜ୍ୟରେ ଯେପରି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇଛି , ତାକୁ ନେଇ ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର । ପୁଣି ଥରେ ରାଜ୍ୟରେ କରୋନା କଟକଣା କଡାକଡି କରିବାକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ।

କରୋନା କଟକଣା କଡ଼ାକଡ଼ି ପାଳନ କରିବା ପାଇଁ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍‌ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ସର୍ବସାଧାଣ ସ୍ଥାନ, ଅନୁଷ୍ଠାନ ଓ କାର୍ୟ୍ୟାଳୟରେ କୋଭିଡ଼ ନିୟମ କଡ଼ାକଡ଼ି ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ସ୍ଥିତି ଉପରେ ନଜର ରଖିବେ । ବଜାର ଓ ହାଟରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯିବ । କରୋନା ନିୟମ କଡ଼ାକଡ଼ି ପାଳନ ହେଉଛି ନା ନାହିଁ, ତା ଉପରେ ନଜର ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚିଠିରେ ଲେଖା ଯାଇଛି ଯେ, ଅନେକ ସ୍ଥାନରେ ଲୋକେ ଆଉ କରୋନା ନିୟମ ମାନୁ ନାହାଁନ୍ତି ଏବଂ ଏହାକୁ ହାଲୁକା ଭାବେ ନେଉଛନ୍ତି ।

ଅଙ୍ଗନୱାଡ଼ି ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବିଶୋଧନ ଉପରେ ଗୁରୁତ୍ୱ ଦିଆଯିବ । ସ୍କୁଲରେ ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡୱାସ ଓ ସାନିଟାଇଜର ଉପରେ ଗୁରୁତ୍ୱ ଦିଆଯିବ । କୌଣସି ଲୋକଙ୍କ ପାଖରେ ଲକ୍ଷଣ ଦେଖାଦେଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି । ବିବାହ, କ୍ରୀଡ଼ା, ସାଂସ୍କୃତିକ କାର୍ୟ୍ୟକ୍ରମକୁ ଅନୁମତି ଥିଲେ ମଧ୍ୟ କରୋନା ନିୟମ ମାନିବାକୁ ନିର୍ଦ୍ଦେଶ ରହିଛି । ହୋଟେଲ, ରେଷ୍ଟୁରାଂଟ ଓ ଢାବା ଉପରେ ନଜର ରଖିବେ ପୁଲିସ । ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ବରିଷ୍ଠ ଅଧିକାରୀ । ଯଦି କରୋନା ଲକ୍ଷଣ ଅନୁଭବ କରୁଚନ୍ତି ତେବେ ତୁରନ୍ତ ନିକଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣାଇବାକୁ କୁହାଯିବା ସହିତ ହୋଟେଲ୍, ରେସ୍ତୋରାଁ, ଢାବାରେ ସାମାଜିକ ଦୂରତ୍ୱ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.