THE BYAPINI

ରାଜ୍ୟରେ ତଳକୁ ଖସୁଛି କରୋନା ଗ୍ରାଫ୍..ଦେଶରେ ସାମାନ୍ୟ ବୃଦ୍ଧି

Get real time updates directly on you device, subscribe now.

ଆଜି ରାଜ୍ୟରେ ତଳକୁ ଖସିଛି କରୋନା ମିଟର । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯୩ ଜଣ, ବାଲେଶ୍ୱରରୁ ୩୦୦ ଜଣ, ବରଗଡ଼ରୁ ୧୦୨, ଭଦ୍ରକରୁ ୯୬ , ବଲାଙ୍ଗୀରରୁ ୧୮୪ , ବୌଦ୍ଧ ଜିଲ୍ଲାରୁ ୭୮, କଟକରୁ ୪୦୨, ଦେବଗଡ଼ରୁ ୮୯, ଢେଙ୍କାନାଳରୁ ୭୩, ଗଜପତିରୁ ୬୯, ଗଞ୍ଜାମରୁ ୯୫, ଜଗତସିଂହପୁରରୁ ୮୨, ଯାଜପୁରରୁ ୧୯୧, ଝାରସୁଗୁଡ଼ାରୁ ୬୩, କଳାହାଣ୍ଡିରୁ ୧୬୮, କନ୍ଧମାଳରୁ ୮୬, କେନ୍ଦ୍ରାପଡ଼ାରୁ ୧୪୪, କେଉଁଝରରୁ ୧୨୮, ଖୋର୍ଦ୍ଧାରୁ ୧୪୩୦ ଜଣ, କୋରାପୁଟରୁ ୬୪ ଜଣ, ମାଲକାନଗିରିରୁ ୫୫ ଜଣ, ମୟୁରଭଞ୍ଜରୁ ୧୪୯ଜଣ, ନବରଙ୍ଗପୁରରୁ ୧୧୩, ନୟାଗଡ଼ରୁ ୧୮୦ ଜଣ, ନୂଆପଡ଼ାରୁ ୧୮୯ ଜଣ, ପୁରୀରୁ ୧୧୭ ଜଣ, ରାୟଗଡ଼ାରୁ ୧୦୧ ଜଣ, ସମ୍ୱଲପୁରରୁ ୧୩୮ ଜଣ, ସୋନପୁରରୁ ୮୬, ସୁନ୍ଦରଗଡ଼ରୁ ୫୪୫ ଜଣ ଓ ଷ୍ଟେଟ ପୁଲରୁ ୨୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ପୁଣିଥରେ ଦେଶରେ ଉପର ମୁହାଁ ହୋଇଛି କରୋନାର ଦୈନିକ ସଂକ୍ରମଣ। ତଥାପି ଏହା ୩ ଲକ୍ଷ ତଳେ ରହିଛି। ହେଲେ ଦେଶରେ ଟେଷ୍ଟ ପଜିଟିଭିଟି ରେଟ ୧୯% ପାର କରିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ପଜିଟିଭିଟି ବଢ଼ିବା ଅର୍ଥ କମ ଟେଷ୍ଟିଂରେ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛି।ଗତ ୨୪ ଘଣ୍ଟାରେ ମୋଟ ୨,୮୬,୩୮୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ଗତକାଲି ତୁଳନାରେ ୦.୧% ଅଧିକ। ସଂକ୍ରମଣ ସାମାନ୍ୟ ବଢ଼ିଥିଲେ ମଧ୍ୟ କ୍ରମାଗତ ୩ ଦିନ ଧରି ଏହା ୩ ଲକ୍ଷ ତଳେ ରହିଛି। ଦେଶର ପଜିଟିଭିଟି ରେଟ ଦିନକ ମଧ୍ୟରେ ୧୬.୧୦%ରୁ ୧୯.୫୯%କୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ କରୋନାର ଭାଇରସ ଆଉ ୫୭୩ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୯୧,୭୦୦କୁ ବୃଦ୍ଧି ପାଇଛି। ଦେଶରେ ମୃତ୍ୟୁହାର ୧.୨୨%।

Get real time updates directly on you device, subscribe now.

Leave A Reply

Your email address will not be published.