ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୩୬ ଜଣ ଅଛନ୍ତି। ସେହିପରି ୨,୦୧୨ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧,୪୩୮ ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ୨୮୭, କଟକ ୨୦୨, ନୂଆପଡ଼ାରୁ ୧୮୧, ମୟୂରଭଞ୍ଜରୁ ୧୮୦, ଷ୍ଟେଟପୁଲ୍ରୁ ୧୪୫, ସମ୍ବଲପୁରରୁ ୧୩୧,ନୟାଗଡ଼ରୁ ୧୨୫, ବାଲେଶ୍ୱରରୁ୧୦୫, ବଲାଙ୍ଗିରରୁ ୧୦୩, ନବରଙ୍ଗପୁରରୁ ୯୯, ଗଜପତିରୁ ୭୩, ପୁରୀରୁ ୭୨, ଦେବଗଡ଼ରୁ ୭୧, ଅନୁଗୋଳରୁ ୮୨, ବାଲେଶ୍ୱରରୁ ୭୬, ବରଗଡ଼ରୁ ୩୬, ଭଦ୍ରକରୁ ୭୭, ବଲାଙ୍ଗିରରୁ ୭୬ ଓ ବୌଦ୍ଧରୁ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୭୭୬ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୦୯୩୧୩ ଜଣ ସୁସ୍ଥ ହୋଇସାରିଛନ୍ତି। ୩୭୭୬୨ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।
ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୬୧ ହଜାର ୩୮୬ ନୂଆ ମାମଲା ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ଆଜି ୩.୪ ପ୍ରତିଶତ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ଏବେ ୧୦ ପ୍ରତିଶତରକୁ ତଳକୁ ଖସିଛି । ଦେଶରେ ଦିନକରେ ୧ ହଜାର ୭୩୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଲଗାତର ଦ୍ୱିତୀୟ ଦିନରେ ଦେଶରେ ମୃତକଙ୍କ ସଂଖ୍ୟା ହଜାରେ ଉପରେ ରହିଛି । ମଙ୍ଗଳବାର ମଧ୍ୟ ୧୧୯୨ ଜଣ ଓ ସୋମବାର ୯୫୯ ଜଣ କରୋନାରେ ଆଖି ବୁଜିଥିଲେ । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୭ ହଜାର ୯୭୫କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତ ସଂଖ୍ୟା ରହିଛି ୧୬ ଲକ୍ଷ ୨୧ ହଜାର ୬୦୩ । ୨୪ ଘଣ୍ଟାରେ ୨ ଲକ୍ଷ ୮୧ ହଜାର ୧୦୯ ଜଣ ସୁସ୍ଥ ହୋଇଛନ୍ତି ।