ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୧୫୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷ ବୟସରୁ କମ୍ ୩ ଶହ ୨୯ ଜଣ ଆକ୍ରାନ୍ତ ଅଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଂଘରୋଧରୁ ୮୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୩୦ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।ଏଥିସହ ୩ ହଜାର ୬୨୧ ଜଣ ଆକ୍ରାନ୍ତ ୨୪ ଘଂଟା ମଧ୍ୟରେ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ୧୯ ହଜାର ୩୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୨୪ ଘଣ୍ଟାରେ ୧୫୦୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା ।ମୃତକଙ୍କ ମଧ୍ୟରେ ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, କଟକ, ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ଭଦ୍ରକ, ଢେଙ୍କାନାଳ , ଗଞ୍ଜାମ , ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦୁଝର, ନୂଆପଡ଼ା, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ଦେଶରରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ମହାମାରୀ କରୋନାର ପ୍ରକୋପ। ଜାନୁଆରୀ ଆରମ୍ଭରୁ କରୋନା ତୃତୀୟ ଲହରର ସଂକ୍ରମଣ ଗ୍ରାଫ ଉପର ମୁହାଁ ହେବାରେ ଲାଗିଥିଲା। କିନ୍ତୁ ଫେବୃଆରୀ ଆରମ୍ଭରୁ ଏହା ହ୍ରାସ ପାଇପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ଲକ୍ଷେ ତଳେ ରହିଛି।୨୪ ଘଣ୍ଟା ମଧ୍ୟରେ ଆଉ ୬୭,୫୯୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସୋମବାର ୮୩,୮୭୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାର ଅର୍ଥ ସୋମବାର ତୁଳନାରେ ଆଜି ୧୯.୪% କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦୈନିକ ପଜିଟିଭିଟି ରେଟ୍ ବା ଟିପିଆର ୭.୨୫%ରୁ ଖସି ୫.୦୨%ରେ ପହଞ୍ଚି ଯାଇଛି। ସାପ୍ତାହିକ ଟିପିଆର ୮.୩୦%। ସୋମବାର ମୋଟ ୧୩,୪୬,୫୩୪ଟି ନମୁନା ପରୀକ୍ଷା କରାଯାଇଥିଲା। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୨୩,୩୯,୬୧୧ ହୋଇଛି।
ତେବେ ଦିନକରେ କରୋନା ଜନିତ ମୃତ୍ୟୁ ତାଲିକାରେ ଆଉ ୧୧୮୮ ଜଣଙ୍କ ନାଁ ଯୋଡ଼ି ହୋଇଯାଇଛି। ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ଲୋକ ଓ ବିଭିନ୍ନ ରାଜ୍ୟରେ ଚାଲିଥିବା ଅଡିଟ ରିପୋର୍ଟକୁ ଆଧାର କରି ଏହି ତାଲିକା ପ୍ରକାଶ ପାଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୦୪,୦୬୨କୁ ବୃଦ୍ଧି ପାଇଛି।
Get real time updates directly on you device, subscribe now.
Next Post