THE BYAPINI

ଦେଶରେ ସଂକ୍ରମଣ ବେକାବୁ..ଦିନକରେ ଦେଢ ଲକ୍ଷ ଟପିଲା

Get real time updates directly on you device, subscribe now.

ଦେଶରେ ଆଜି ଦେଢ ଲକ୍ଷ ଉପରେ କରୋନା ପଜିଟିଭ୍ । ୨୪ ଘଣ୍ଟା ଭିତରେ ସଂକ୍ରମଣ ୧,୫୯,୬୩୨ ଥିବାବେଳେ ୩୨୭ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୪୦, ୮୬୩ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି । ଏବେଯାଏଁ ଦେଶରେ କରୋନାର ୫, ୯୦,୬୧୧ ସକ୍ରିୟ ମାମଲା ଆସିଥିବାବେଳେ ୪,୮୩,୭୯୦ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ତୁଳନାରେ ଆଜି ଦେଶରେ ୧୨.୪୨ କୋଭିଡ ମାମଲା ବଢିଛି ।
ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପାଖପାଖି ୬ ଲକ୍ଷ ରହିଛି । ମହାରାଷ୍ଟ୍ର, ଦିଲ୍ଲୀ, କେରଳ ଓ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ବିଶେଷକରି ମହାଗଗର ଗୁଡିକରେ ସଂକ୍ରମଣ ହାର ଅଧିକ ଅଛି । ୨୪ ଘଂଟାରେ ୩୨୭ ଜଣଙ୍କ ମୃତ୍ୟୁ ହୋଇଛ ିା
ସେହିଭଳି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩ ହଜାର ୬୨୩ । ମହାରାଷ୍ଟ୍ର ଓମିକ୍ରାନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି । ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଜାନୁଆରୀ ତୃତୀୟ ଓ ଚତୁର୍ଥ ସପ୍ତାହରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହୋଇପାରେ ଓ ମାର୍ଚ ପ୍ରଥମ ସପ୍ତାହରୁ ଏହା ଧିରେ ଧିରେ କମିପାରେ ।
ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭୫୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୯୫୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୧୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ପ୍ରଥମ ଲହରର ପିକ୍ ଅତିକ୍ରମ କରିଛି। ୨୦୨୦ ସେପ୍ଟେମ୍ବର ୨୫ ତାରିଖରେ ୪୩୫୬ ଥିଲା।
ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୭୦ ହଜାର ୮୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୬ ହଜାର ୧୧୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୬ ହଜାର ୧୧୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.