THE BYAPINI

ଦେଶରେ ୩ ଲକ୍ଷ ଟପିଲା ସଂକ୍ରମଣ..ରାଜ୍ୟରେ ଆଜି ସାମାନ୍ୟ କମିଲା ସଂଖ୍ୟା

Get real time updates directly on you device, subscribe now.

ଦେଶରେ ୮ ମାସ ପରେ ୩ ଲକ୍ଷ ପାର କରିଛି ସଂକ୍ରମଣ । ବୁଧବାର ୩ ଲକ୍ଷରୁ ଅଧିକ ପଜିଟିଭ ମାମଲା ସାମନାକୁ ଆସିଛି। ଦେଶରେ ଦିନକରେ ୩,୧୭,୫୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଗତ ୧୫ ମେ’ରେ ୩ ଲକ୍ଷରୁ ଅଧିକ ମାମଲା ସାମନାକୁ ଆସିଥିଲା।

ଗତକାଲିଠାରୁ ୩୪,୫୬୨ ଜଣ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଦୈନିକ ପଜିଟିଭିଟି ହାର ୧୬.୪୧% । ଦେଶରେ ଦିନକରେ ୪୯୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୭ ହଜାର ୬୯୩କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍‌ ୧୯,୨୪,୦୫୧ ଥିବା ବେଳେ ସୁସ୍ଥ ହେଲେଣି ୩,୫୮,୦୭,୦୨୯ ।ବୁଧବାର ଏହି ମାମଲା ୩ ଲକ୍ଷ ପାର କରିଥିବା ବେଳେ ଏହା ପୂର୍ବ ସପ୍ତାହ ତୁଳନାରେ ୨୭% ଅଧିକ ରହିଛି। ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩.୮ କୋଟି ଛୁଇଁଥିବା ବେଳେ ଆକ୍ଟିଭ କେସ୍‌ ସଂଖ୍ୟା ୧୮.୯ ଲକ୍ଷ ପାର୍‌ କରି ସାରିଛି।

ସେହିପରି ରାଜ୍ୟରେ ୧୦,୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୩୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୯୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩୬ ଜଣ ଆକ୍ରାନ୍ତ ଅଛନ୍ତି ।ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩୬ ଜଣ, ବାଲେଶ୍ୱରରୁ ୩୦୪ ଜଣ, ବରଗଡ଼ରୁ ୧୫୨ ଜଣ, ଭଦ୍ରକରୁ ୧୨୯ ଜଣ, ବଲାଙ୍ଗୀରରୁ ୨୫୩ ଜଣ, ବୌଦ୍ଧ ଜିଲ୍ଲାରୁ ୭୬, କଟକରୁ ୯୪୦ ଜଣ, ଦେବଗଡ଼ରୁ ୭୮ ଜଣ, ଢେଙ୍କାନାଳରୁ ୮୩ ଜଣ, ଗଜପତିରୁ ୧୦୦, ଗଞ୍ଜାମରୁ ୧୮୭ ଜଣ, ଜଗତସିଂହପୁରରୁ ୧୬୫ ଜଣ, ଯାଜପୁରରୁ ୨୯୦ ଜଣ, ଝାରସୁଗୁଡ଼ାରୁ ୧୫୭ ଜଣ, କଳାହାଣ୍ଡିରୁ ୧୯୪ ଜଣ, କନ୍ଧମାଳରୁ ୮୩ ଜଣ, କେନ୍ଦ୍ରାପଡ଼ାରୁ ୧୦୬ ଜଣ, କେଉଁଝରରୁ ୧୨୩ ଜଣ, କୋରାପୁଟରୁ ୨୦୨ ଜଣ, ମାଲକାନଗିରିରୁ ୫୮ ଜଣ, ମୟୁରଭଞ୍ଜରୁ ୧୬୫ ଜଣ, ନବରଙ୍ଗପୁରରୁ ୧୬୨, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୯୬ ଜଣ, ପୁରୀରୁ ୧୪୦ ଜଣ, ରାୟଗଡ଼ାରୁ ୨୦୮ ଜଣ, ସମ୍ୱଲପୁରରୁ ୨୪୭ ଜଣ, ସୋନପୁରରୁ ୧୮୦, ସୁନ୍ଦରଗଡ଼ରୁ ୫୦୫ ଜଣ ଓ ଷ୍ଟେଟ ପୁଲରୁ ୬୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୧୧,୭୭,୪୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୮୦, ୫୬୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୮, ୩୪୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.