THE BYAPINI

ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ.. ରାଜ୍ୟରେ ୨ ହଜାର ତଳେ

Get real time updates directly on you device, subscribe now.

ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ । ଦିନକରେ ୮୩ ହଜାର ୮୭୬ ନୂଆ ମାମଲା ସାମ୍ନାକୁ ଆସିଛି । ଡେଲି ପଜିଟିଭିଟି ରେଟ୍ ୭ ଦଶମିକ ୨୫ ପ୍ରତିଶତ ରହିଛି । ଗତ ୨୪ ଘଂଟାରେ ୮୯୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ୫ ଲକ୍ଷ ୨ ହଜାର ୮୭୪ରେ ପହଂଚିଛି । ସେହିପରି ୨୪ ଘଂଟାରେ ୧ ଲକ୍ଷ ୯୯ ହଜାର ୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧୧ ଲକ୍ଷ ୮ ହଜାର ୯୩୮ ରହିଛି । । ଏବେ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକ ଡେଲଟା ଭୁତାଣୁରେ ସଂକ୍ରମିତ ହେଉଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କମ ଆସୁୁଛି ।
ରାଜ୍ୟରେ ଏବେ ତଳମୁହାଁ କରୋନା ଗ୍ରାଫ । ଦିନକୁ ଦିନ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୮୭୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୬୨୩ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୮୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୧, ଝାରସୁଗୁଡ଼ାରୁ ୭୫, ଅନୁଗୋଳରୁ ୭୧ ,କଟକରୁ ୬୯, କୋରାପୁଟରୁ ୬୬, ଯାଜପୁରରୁ ୬୪, ଦେବଗଡ଼ରୁ ୬୨, ସମ୍ବଲପୁରରୁ ୫୯, ରାୟଗଡ଼ାରୁ ୫୨, ଗଜପତିରୁ ୪୫, କେନ୍ଦୁଝରରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୧୨,୬୮,୩୦୮ ଥିବା ବେଳେ ସୁସ୍ଥ ହେଲେଣି ୧୨, ୩୭,୯୭୬ । ଏହାବାଦ ରାଜ୍ୟରେ ୨୧,୫୨୫ ଆକ୍ଟିଭ କେସ୍ ରହିଛି।ଏହାବାଦ ରାଜ୍ୟରେ ଆଉ ୨୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡିରୁ ୪, କଟକରୁ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଜଗତସିଂହପୁର, ନୟାଗଡ଼ରୁ ୨ ଲେଖାଏଁ ଓ ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.