ଦେଶରେ ୨୪ ଘଂଟାରେ ୧୨୪୭ ଆକ୍ରାନ୍ତ ଚିହ୍ନଟ
ଦେଶରେ ଗତ ୨୪ ଘଂଟାରେ ୧୨୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୯୩୬ କମ୍ ମାମଲା ଆସିଛି । ଗତକାଲି ଗୋଟିଏ ଦିନରେ ୨ ହଜାର ୧୮୩ ପଜିଟିଭ୍ ହୋଇଥିଲେ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୮୬୦ରେ ପହଂଚିଛି ।
ଦେଶରେ ଏବେ ଆରୋଗ୍ୟ ହାର ୯୮ ପ୍ରତିଶତ ରହିଛି । ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଂଟାରେ ୫୦୧ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।ସେହିପରି ରାଜଧାନୀରେ ସଂକ୍ରମଣ ହାର ୭ ଦଶମିକ ୭୯ ପ୍ରତିଶତ ରେକର୍ଡ କରାଯାଇଛି, ଯାହା ଜାନୁଆରୀ ୨୮ ତାରିଖ ପରେ ସର୍ବାଧିକ । ଜାନୁଆରୀ ୨୮ ତାରିଖରେ ସଂକ୍ରମଣ ହାର ୮ଦଶମିକ ୬୦ ପ୍ରତିଶତ ଥିଲା । ଦିନକ ପୂର୍ବରୁ ସଂକ୍ରମଣ ହାର ୪ ଦଶମିକ ୨୧ ପ୍ରତିଶତ ରହିଥିବା ବେଳେ ୫୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ପ୍ରଜିଟିଭିଟି ହାର ତିନି ପ୍ରତିଶତରୁ ଅଧିକ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି ।