THE BYAPINI

ଦେଶରେ ତଳମୁହାଁ କରୋନା ଗ୍ରାଫ..ରାଜ୍ୟରେ ୧୧ ହଜାର ଉପରେ

Get real time updates directly on you device, subscribe now.

ରାଜ୍ୟରେ ଦିନକରେ ୧୧,୦୮୬ ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୬୪୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୬୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୬୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଜାନୁଆରୀ ମାସର ୧୮ ଦିନରେ ଚିହ୍ନଟ ହେଲେଣି ୯୯,୬୭୨ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୫୯୭ ଅଧିକ ମାମଲା ଚିହ୍ନଟ ହୋଇଛି ।
ଅନୁଗୁଳରୁ ୧୩୯ ଜଣ, ବାଲେଶ୍ୱରରୁ ୩୨୩ ଜଣ, ବରଗଡ଼ରୁ ୧୨୫ ଜଣ, ଭଦ୍ରକରୁ ୧୩୨ ଜଣ, ବଲାଙ୍ଗୀରରୁ ୩୦୦ ଜଣ, ବୌଦ୍ଧ ଜିଲ୍ଲାରୁ ୮୩, କଟକରୁ ୭୬୬ ଜଣ, ଦେବଗଡ଼ରୁ ୫୩ ଜଣ, ଢେଙ୍କାନାଳରୁ ୧୫୭ ଜଣ, ଗଜପତିରୁ ୯୩, ଗଞ୍ଜାମରୁ ୧୧୬ ଜଣ, ଜଗତସିଂହପୁରରୁ ୨୭୩ ଜଣ, ଯାଜପୁରରୁ ୨୭୫ ଜଣ, ଝାରସୁଗୁଡ଼ାରୁ ୧୩୨ ଜଣ, କଳାହାଣ୍ଡିରୁ ୨୫୩ ଜଣ, କନ୍ଧମାଳରୁ ୫୧ ଜଣ, କେନ୍ଦ୍ରାପଡ଼ାରୁ ୮୫ ଜଣ, କେଉଁଝରରୁ ୨୨୩ ଜଣ, କୋରାପୁଟରୁ ୧୯୬ ଜଣ, ମାଲକାନଗିରିରୁ ୫୪ ଜଣ, ମୟୁରଭଞ୍ଜରୁ ୩୯୩ ଜଣ, ନବରଙ୍ଗପୁରରୁ ୧୩୭, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୦୪ ଜଣ, ପୁରୀରୁ ୧୮୮ ଜଣ, ରାୟଗଡ଼ାରୁ ୧୮୭ ଜଣ, ସମ୍ୱଲପୁରରୁ ୩୦୨ ଜଣ, ସୋନପୁରରୁ ୧୫୩, ସୁନ୍ଦରଗଡ଼ରୁ ୧୪୧୬ ଜଣ ଓ ଷ୍ଟେଟ ପୁଲରୁ ୭୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୦ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୩୮୦୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୧୦ ଛୁଇଁଛି ।
ଏବେସୁଦ୍ଧା ଦେଶରେ ପ୍ରାୟ ୩ କୋଟି ୬୩ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୭୩୬୬୨୮ ସକ୍ରିୟ ମାମଲା ରହିଛି ଏବଂ ୩୫୩୯୪୮୮୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪୮୬୭୬୧ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.