THE BYAPINI

କଲବଲ କରୁଛି କରୋନା

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ହେଉଥିବା ବେଳେ ହଜାର ହଜାର ରୋଗୀଙ୍କ ଜୀବନ ଯାଉଛି । ବିଭିନ୍ନ ରାଜ୍ୟରେ ସ୍ଥିତି ସଂଗୀନ । ଅନେକ ରାଜ୍ୟ ଲକଡାଉନ, ସଟଡାଉନ ଲାଗୁ କରିଛନ୍ତି । ଟିକାକରଣକୁ ବି ଜୋରଦାର କରାଯାଉଛି । ହେଲେ ତଥାପି ନିୟନ୍ତ୍ରଣରେ ଆସୁନି ସଂକ୍ରମଣ ।

ଗତ ୨୪ ଘଂଟାରେ ଦେଶରେ ୩ଲକ୍ଷ ୨୬ହଜାର ୯୮ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୮୯୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୪୩ଲକ୍ଷ ୭୨ହଜାର ୯୦୭ରେ ଓ ମୃତ୍ୟୁସଂଖ୍ୟା ୨,୬୬,୨୦୭ରେ ପହଞ୍ଚିଲାଣି । ୨୪ ଘଣ୍ଟାରେ ୩ଲକ୍ଷ ୫୩ହଜାର ୨୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସମୁଦାୟ ସୁସ୍ଥତାସଂଖ୍ୟା ୨,୦୪,୩୨,୮୯୮ରେ ପହଞ୍ଚିଛି । ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୬,୭୩,୮୦୨। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୮,୦୪,୫୭,୫୭୯ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

ଅନେକ ରାଜ୍ୟରେ ସଂକ୍ରମଣ ସାମାନ୍ୟ କମୁଥିବା ବେଳେ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଅଧିକାଂଶ ରାଜ୍ୟ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । କରୋନା ଚେନକୁ ବ୍ରେକ କରିବାକୁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେବା ସହ ଅଧିକରୁ ଅଧିକ ଟେଷ୍ଟିଂ କରିବାକୁ କହୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.