THE BYAPINI

ସଂକ୍ରମଣ ତାଲିକାର ପାଂଚ ନମ୍ବରରେ ଓଡିଶା

Get real time updates directly on you device, subscribe now.

ଦେଶର ୫ଟି ସର୍ବାଧିକ ସଂକ୍ରମିତ ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶା ରହିଛି । ଜୁନ ଏବଂ ଜୁଲାଇରେ ଦେଶରେ ମୋଟ ସଂକ୍ରମଣରେ ଓଡିଶା ପାଂଚ ନମ୍ବର ସ୍ଥାନରେ ରହିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି । ଜୁଲାଇରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୩୦.୩ ପ୍ରତିଶତ । ଦ୍ୱିତୀୟରେ ମହାରାଷ୍ଟ୍ର ୨୦.୮% ଥିବା ବେଳେ ତାମିଲନାଡୁ ତୃତୀୟରେ ରହିଛି । ତାମିଲନାଡୁ ସଂକ୍ରମଣ ରହିଛି ୮.୫ ପ୍ରତିଶତ । ଆନ୍ଧ୍ର ୭.୩%ରେ ଚତୃର୍ଥ, ୬.୫% ସଂକ୍ରମିତ ସହିତ ଓଡିଶା ପଂଚମ ସ୍ଥାନରେ ରହିଛି । ସେହପରି ଦେଶରେ ୧୦ ପ୍ରତିଶତ ସଂକ୍ରମଣ ହାରରେ ଜିଲ୍ଲା ମଧ୍ୟରୁ ଓଡିଶାର ଗୋଟିଏ ଜିଲ୍ଲା ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲା ମଧ୍ୟରୁ ରାଜସ୍ଥାନରେ ସର୍ବାଧିକ ୯ ଜିଲ୍ଲାରେ ପଜିଟିଭ ହାର ୧୦%ରୁ ଅଧିକ ରହିଛି ।

ସେହିପରି ଦୁନିଆରେ ତୃତୀୟ ଲହର ଆସିଗଲାଣି ବୋଲି ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ କହିଛନ୍ତି । ବ୍ରିଟେନ,ଋଷିଆ, ଇଣ୍ଡୋନେସିଆ,ବାଂଲାଦେଶରେ ସଂକ୍ରମିତଙ୍କ ସଂଖ୍ୟର ବଢୁଛି । ତୃତୀୟ ଲହର କେବେ ଆସିବ ତାକୁ ନେଇ ଏବେ ବେଶ ଚର୍ଚ୍ଚା । କିନ୍ତୁ କିଭଳି ତୃତୀୟ ଲହର ଆସିନପାରିବ ତାକୁ ନେଇ ଚର୍ଚ୍ଚା ହେବା ଉଚିତ । ତୃତୀୟ ଲହର ମନକୁ ମନ ଆସିବନି, ଆମେ ସତର୍କ ହେଲେ, କୋଭିଡ ନିୟମ ମାନିଲେ, ତୃତୀୟ ଲହର ଆସିବନି । ତୃତୀୟ ଲହର ଆସିବା ଓ ନଆସିବା ଆମ ଉପରେ ନିର୍ଭର କରେ ବୋଲି ଭି.କେ ପଲ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.