THE BYAPINI

ଖୋର୍ଦ୍ଧାରେ ରେକର୍ଡ ମୃତ୍ୟୁ

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ କମୁଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ନା ସଂକ୍ରମଣ କମୁଛି ନା ମୃତ୍ୟୁ ସଂଖ୍ୟା । ମୃତ୍ୟୁସଂଖ୍ୟାରେ ରେକର୍ଡ କରିଛି ଖୋର୍ଦ୍ଧା । ଆଜି ୬୨ ମୃତ୍ୟୁର ହିସାବ ଦିଆଯାଇଥିବା ବେଳେ କେବଳ ଖୋର୍ଦ୍ଧାରୁ ୪୨ ଜଣ ଆଖିବୁଜିଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ,କେନ୍ଦୁଝରରୁ ୪ ଜଣ, ଯାଜପୁରରୁ ୨ ଜଣ, ଗଂଜାମ, ଜଗତସିଂହପୁର, କନ୍ଧମାଳ, ପୁରୀରୁ ଜଣେ ଲେଖାଁଏ କରୋନାରେ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁସଂଖ୍ୟା ୫ ହଜାର ୫୭୪କୁ ବୃଦ୍ଧି ପାଇଛି ।

ଗତ ୨୪ ଘଂଟାରେ ୭୪ ହଜାର ୫୫୩ କରୋନା ନମୂନା ପରୀକ୍ଷା ହୋଇଥିଲା । ସଂକ୍ରମଣ ହାର ରହିଛି ୨.୧୯% । ୧୬ ଶହ ୩୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୨୫୦, ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୫୭, ମୟୂରଭଂଜରୁ ୭୫, ପୁରୀରୁ ୭୮, କେନ୍ଦ୍ରାପଡାରୁ ୭୬, ଭଦ୍ରକରୁ ୭୧,ଜଗତସିଂହପୁରରୁ ୮୫,ଯାଜପୁରରୁ ୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୯୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୩୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୪୫୧୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । —

Get real time updates directly on you device, subscribe now.

Leave A Reply

Your email address will not be published.