THE BYAPINI

ପୁଣି ୧୦୦ରୁ ଅଧିକ ଛୁଆ ଆକ୍ରାନ୍ତ

Get real time updates directly on you device, subscribe now.

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ମଧ୍ୟରେ ଏମଆଇ ସିଣ୍ଡ୍ରୋମ ବଢ଼ୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ପରେ ଅଭିଭାବକମାନେ ଛାନିଆ ହୋଇ ପଡ଼ିଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ଦୈନିକ ୧୦୦ରୁ ଊର୍ଦ୍ଧ୍ୱ ଶିଶୁ କରୋନାରେ ଆକ୍ରାନ୍ତ ହେଉଛନ୍ତି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୪୫ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୩୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୧୦ । ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି।ଅନୁଗୁଳରୁ ୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୨, ବରଗଡ଼ରୁ ୧୧, ଭଦ୍ରକରୁ ୯, କଟକରୁ ୧୨୦, ଦେବଗଡ଼ରୁ ୬, ଢେଙ୍କାନାଳରୁ ୯, ଗଂଜାମରୁ ୩, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୭, କନ୍ଧମାଳ-୩, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୫ ଚିହ୍ନଟ ହୋଇଛନ୍ତି।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୮୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୯୯୮୫୯ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍‌ ହେଉଛି ୭୦୮୭ ।
ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ, କଟକ, ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ପୁରୀରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୮୪କୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.