THE BYAPINI

ମୁମ୍ବାଇ: ସ୍କୁଲରେ ମାଡିଲା କରୋନା

Get real time updates directly on you device, subscribe now.

ବିଶ୍ୱରେ ଓମିକ୍ରନ ମାମଲା ବଢିବାରେ ଲାଗିଛି । ଭାରତରେ ମଧ୍ୟ ଏହା ଦ୍ରୁତ ଗତିରେ ମାଡୁଛି । ଭାରତରେ ଏବେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଛି । ମହାରାଷ୍ଟ୍ରର ନଭୀ ମୁମ୍ବାଇରେ କରୋନା ବିସ୍ଫୋରଣ । ଧନସୋଲୀସ୍ଥିତ ଏକ ସ୍କୁଲରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ମୋଟର ୧୬ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସ୍କୁଲରେ ୫୦୦ରୁ ଅଧିକ ପିଲା ପାଠ ପଢ଼ୁଛନ୍ତି । ଏହି ଘଟଣା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କ୍ରିନିଂ କରାଯିବ ।
ମହାମାରୀର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ ଥିଲା । ଶୁକ୍ରବାର ଦିନ ମହାରାଷ୍ଟ୍ରରେ ଓମିକ୍ରନ୍ ର ୮ ଟି ନୂଆ ମାମଲା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। ତେଣୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଏଠାରେ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.