ଏବେ ଅସମ୍ଭାଳ..
ଅର୍ଦ୍ଧଶତକ ଆଉ ଦୂର ନୁହେଁ । ଦେଶରେ ଯେପରି କରୋନା କମବ୍ୟାକ କରିଛି ଖୁବଶୀଘ୍ର ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଛଇଁପାରେ । ଶହେ କି ୨ ଶହ ନୁହେଁ ଏକାଥରେ ଦିନକରେ ବଢୁଛି ୨ରୁ ୩ ହଜାର ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ସଂକ୍ରମଣ ନିୟନ୍ତ୍ରଣ ବାହାରେ ହେବାକୁ ଲାଗୁଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଲାଣି ।
ଶନିବାର ଦେଶରେ ୪୧ ହଜାର ପାଖାପାଖି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଚିଂଥିବା ବେଳେ ଗତ ୨୪ ଘଂଟାରେ ଏହା ୪୩ ହଜାର ଟପିଛି ।୪ ମାସ ମଧ୍ୟରେ ଏହା ସର୍ବାଧିକ ସଂକ୍ରମଣ । ଫଳରେ କରୋନା ଆକ୍ଟିଭ କେସ୍ ୩ ଲକ୍ଷ ପାର୍ ହୋଇଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଧିରେଧିରେ ବଢିବାରେ ଲାଗିଛି । ଦିନକରେ ୧୯୭ ଜଣ ପ୍ରାଣ ହରାଇଛନ୍ତି।ଅନ୍ୟପଟେ ଘରକୁ ସୁସ୍ଥ ହୋଇ ଫେରିଛନ୍ତି ୨୨ ହଜାର ୯୫୬ଜଣ । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୭୫୫ରେ ପହଞ୍ଚିଛି ।
ମହାରାଷ୍ଟ୍ର, ପଞ୍ଜାବ, ଗୁଜରାଟ, ମଧ୍ୟ ପ୍ରଦେଶ ଓ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେବେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଅନ୍ୟରାଜ୍ୟରୁ ଆସୁଥିବା ବସ୍ ଚଳାଚଳ ଉପରେ ରୋକ ଲଗାଇଛନ୍ତି । ସେପଟେ ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର ଓ ଜବଲପୁରରେ ଲକଡାଉନ୍ ଘୋଷଣା କରାଯାଇଛି