THE BYAPINI

ପୁଣି ଫେରିବ କି କରୋନା?

Get real time updates directly on you device, subscribe now.

ପୁଣି ଫେରିବ କି କରୋନା? ଏହି ପ୍ରଶ୍ନ ଏବେ ମନକୁ ଏଥିପାଇଁ ଆସୁଛି କାରଣ ଦେଶରେ ପୁଣି ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସାରା ଦେଶରେ ଗତ କିଛଦିନ ଧରି କରୋନା ଆକ୍ରାନ୍ତଙ୍କ ସଖ୍ୟରା ହ୍ରାସ ପାଇବା ଭିତରେ ଜୋରସୋରରେ ଚାଲିଛି ଟିକାକରଣ । ହେଲେ ଏବେ ହଠାତ ୧୧ ହଜାରରୁ ଅଧିକ ନୂଆ ସଂକ୍ରମଣ ଚିହ୍ନଟ ହେବା ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଦେଶରେ କରୋନା ଟିକାକରଣ ଜୋରସୋରରେ ଚାଲିଛି । କୋଭିଡ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯାଉଛି ।ଜନଜୀବନ ସ୍ୱାଭାଭିକ ହୋଇ ଆସୁଥିବା ବେଳେ ପୁଣି ଚିନ୍ତା ବଢ଼ାଉଛି ସଂକ୍ରମଣ । କିଛି ଦିନ ଧରି ଦେଶରେ ୧୦ ହଜାର ତଳକୁ ନୂଆ ପଜିଟିଭ୍ ଚିହ୍ନଟ ହେଉଥିଲେ । ଆଶା କରାଯାଉଥିଲା, ଖୁବ ଶୀଘ୍ର ୫ ହଜାର ତଳକୁ ଦୈନିକ ସଂକ୍ରମଣ ଖସିଯିବ । ହେଲେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ୧୧ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାଜନିତ ମୃତ୍ୟୁ ସଂଖ୍ୟା ଦେଶରେ ଗତ ତିନି ଦିନ ଧରି ୧୦୦ ତଳକୁ ରହୁଥିଲା । ତେବେ ଏହି ସଂଖ୍ୟା ମଧ୍ୟ ବଢ଼ିଛି । ଗତ ୨୪ ଘଂଟର ମଧ୍ୟରେ କରୋନାରେ ୧୦୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ର ଓ କେରଳର ସ୍ଥିତି ସବୁଠୁ ଚିନ୍ତାଜନକ ହୋଇଛି । ଦେଶରେ ଯେତିକି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେଥିମଧ୍ୟରୁ ୭୫ ପ୍ରତିଶତ ମାମଲା ଆସିଛି ଏହି ଦୁଇ ରାଜ୍ୟରୁ । ସ୍ଥିତି ନିୟନ୍ତ୍ରଣକୁ ନଆସିେଲେ ପୁଣିଥରେ ଲକ୍ଡାଉନ୍ ଭଳି ସ୍ଥିତି ଉପୁଜିବ ବୋଲି ସତର୍କ କରାଇଛନ୍ତି ମହାରାଷ୍ଟ୍ର ସରକାର । ଜାନୁଆରୀ ମଧ୍ୟଭାଗରୁ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୩ ହଜାର ଉପରେ ରହୁଛି । ତେବେ ଫେବ୍ରୁଆରୀ ମାସର ଦ୍ୱିତୀୟ ସପ୍ତାହରେ କରୋନା ଆକ୍ରାନ୍ତ ହାର ପୂର୍ବ ସପ୍ତାହ ତୁଳନାରେ ୧୪ ପ୍ରତିଶତ ବୃଦ୍ଧି ପାଇଛି । ଏପଟେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଭାରତକୁ ଆସିଥିବା ନେଇ ସୂଚନା ମିଳିବା ପରେ ଚିନ୍ତା ଆହୁରି ବଢ଼ିଯାଇଛି । ଦେଶରେ ମୋଟ ୧ଲକ୍ଷ ୩୪ ହଜାର ୨୮ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ରାଜ୍ୟରେ ସକ୍ରିୟ ଆକାନ୍ତଙ୍କ ସଂଖ୍ୟା ରହିଛି ୭୩୨ ।

Get real time updates directly on you device, subscribe now.

Leave A Reply

Your email address will not be published.