ଫେରିଲା କରୋନା, ବଢିଲା ଭୟ
ଫେରିଲା କରୋନା । କିଛି ଦିନର ବ୍ରେକ୍ ପରେ ପୁଣି ଫେରିଛି କରୋନା ଭୟ । ଦେଶରେ ପୁଣି ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ୧୬ ହଜାର ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମହାରାଷ୍ଟରେ ବିସ୍ଫୋରକ ସ୍ଥିତି ରହିଛି । ମହାରାଷ୍ଟ୍ରରେ କେବଳ ଗତ ୨୪ ଘଂଟାରେ ୮ହଜାର ୭୦୦ ଲୋକ ସଂକ୍ରମିତ ହୋଇଛନ୍ତି ।
ଗତ ସପ୍ତାହ ତଳେ କରୋନା ସଂକ୍ରମଣରେ ଭାରତ ୧୧ ତମ ସ୍ଥାନରେ ଥିବାବେଳେ ଏବେ ଚତୃର୍ଥ ସ୍ଥାନରେ ରହିଛି । ୪ ମାସ ପରେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସବୁଠାରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।୨୪ ଘଂଟାରେ ୮ହଜାର ୭୦୦ ଲୋକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେବଳ ଓ୍ବାସିମ୍ ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରେ ୨୨୯ ଜଣ ଛାତ୍ର ସଂକ୍ରମିତ ହୋଇଛନ୍ତି ।ଆସନ୍ତା ୧୦ ଦିନ ରାଜ୍ୟ ପାଇଁ କର ବା ମର ସ୍ଥିତି । ଆସନ୍ତା ୧୦ ଦିନ ରାଜ୍ୟ ପାଇଁ କର ବା ମର ସ୍ଥିତି ।
ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୬୩ ହଜାର ୪୯୧ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧ କୋଟି ୭ ଲକ୍ଷ ୫୦ ହଜାର ୬୮୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ଲକ୍ଷ ୫୫ ହଜାର ୯୮୬ ଜଣ ଚିକିତ୍ସିତ ହେଉଛନ୍ତି । କରୋନା ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୫୬ ହଜାର ୮୨୫ । ପ୍ରତିଦିନ ବୃଦ୍ଧି ପାଉଥିବା ସଂକ୍ରମିତଙ୍କୁ ନେଇ ଭାରତ ଏବେ ବିଶ୍ୱର ଚତୁର୍ଥ କରୋନା ସଂକ୍ରମିତ ରାଷ୍ଟ୍ର ଭାବେ ଗଣନା କରାଯାଉଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟ ସ୍ଥାନରେ ବ୍ରାଜିଲ, ତୃତୀୟ ସ୍ଥାନରେ ଫ୍ରାନ୍ସ ରହିଛି ।