THE BYAPINI

ଜଗା ଦର୍ଶନ: ଆଉ ଦରକାର ପଡିବନି ଟିକା ପ୍ରମାଣପତ୍ର

Get real time updates directly on you device, subscribe now.

ଆସନ୍ତା ୨୧ରୁ ଶ୍ରୀମନ୍ଦିରରେ ସହଜ ହେବ ଜଗା ଦର୍ଶନ । ଜଗାଦର୍ଶନ ନେଇ କଟକଣା କୋହଳ କଲା ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଦର୍ଶନ ପାଇଁ ଆବଶ୍ୟକ ପଡିବନି ଟିକା ପ୍ରମାଣପତ୍ର । ମାସ୍କ ପିନ୍ଧି ଭିତରକୁ ପ୍ରବେଶ ବାଧ୍ୟତାମୂଳକ । ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ କମୁଛି, ସେନେଇ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର ।
ଆଉ କିଛି ଦିନ ପରେ ପୁରୀ ଗସ୍ତରେ ଆସୁଛନ୍ତି ମହାମହିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପରାହ୍ନ ସାଢେ ୩ଟାରେ ନୀଳାଦ୍ରୀ ଭକ୍ତ ନିବାସରେ ଏହି ଛତିଶା ନିଯୋଗ ବୈଠକ ବସିଥିଲା । ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ କିଭଳି ଦର୍ଶନ ହେବ । ନୀତିକାନ୍ତି କିପରି ଶୃଙ୍ଖଳିତ କରାଯିବ । ସେନେଇ ନିଯୋଗରେ ଆଲୋଚନା ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.