THE BYAPINI

ଜାଣନ୍ତୁ କେଉଁ ପର୍ବ ଉପରେ ଲାଗିଲା କଟକଣା? ଗହଳି ଏଡାଇବାକୁ ଗାଇଡଲାଇନ୍

Get real time updates directly on you device, subscribe now.

ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଆଗକୁ ଆସୁଛି ପର୍ବପର୍ବାଣୀ । ପର୍ବପାଳନ ବେଳେ ଅନେକ ଲୋକଙ୍କ ସମାଗମ ହୋଇଥାଏ । ତେଣୁ ସଂକ୍ରମଣ ବଢିବା ଆଶଙ୍କା କରି ଆଗକୁ ହେବାକୁ ଥିବା ପର୍ବପର୍ବାଣୀକୁ ନଜରରେ ରଖି କଡ଼ା ନିୟମ ଜାରି କରିଛନ୍ତି ଏସଆର୍‌ସି । ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା ଓ ଦଣ୍ଡ ଯାତ୍ରା ଆଦି ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର।

ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନ କରିବାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି। ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମନ୍ଦିର ଓ ଚର୍ଚ୍ଚରେ କେବଳ ନୀତି ପାଳନ କରାଯାଇପାରିବ। ସ୍ଥାନୀୟ ସ୍ଥିତିକୁ ଦେଖି ଜିଲ୍ଲାପାଳ ଓ କମିଶନର ଆବଶ୍ୟକ କଟକଣା ଲଗାଇବେ। କେତେ ଶ୍ରଦ୍ଧାଳୁ ମନ୍ଦିର ବା ଚର୍ଚ୍ଚ ଯାଇପାରିବେ ତାହା ନିର୍ଦ୍ଧାରଣ କରିବେ ଜିଲ୍ଲାପାଳ।

ଚଳିତ ବର୍ଷ ହୋଲି ଘରେ ରହି ପାଳନ କରିବାକୁ କୁହାଯାଇଛି । ହୋଲି କଟକଣାକୁ ନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ନିୟମ ଭାଙ୍ଗି ହୋଲି ଖେଳିଲେ କାର୍ୟ୍ୟାନୁଷ୍ଠାନ ହେବ । ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ହୋଲି ଖେଳନ୍ତୁ । କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ହୋଲି ନାଁରେ ପ୍ରୋସେସନ ନ କରିବାକୁ ଟ୍ୱିନସିଟିବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସଂକ୍ରମଣ ବଢୁଥିବାରୁ ସଚେତନ କରୁଛୁ, ଏବେ କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର । ।

ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଗତ କିଛି ଦିନ ହେଲା ସଂକ୍ରମଣ ସଂଖ୍ୟା ଉପରମୁହାଁ ରହିଛି । ୨ ଦିନ ହେଲା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର୍‌ ହେଉଛି । ଯାହାକି ଏକ ଚିନ୍ତାଜନକ ବିଷୟ ।

Get real time updates directly on you device, subscribe now.

Leave A Reply

Your email address will not be published.