THE BYAPINI

କୋଭିଡ କଟକଣାରେ ‘ଗଣତନ୍ତ୍ର ଦିବସ’

Get real time updates directly on you device, subscribe now.

କୋଭିଡ୍ କଟକଣା ମାନି ପାଳନ ହେବ ଗଣତନ୍ତ୍ର ଦିବସ । ୨୬ ଜାନୁଆରୀ, ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିବେ । ସମ୍ମାନୀତ ଅତିଥି ଭାବେ ଯୋଗୋଦେବେ ମୁଖ୍ୟମନ୍ତ୍ରୀ ।

ସରକାରଙ୍କ କୋଭିଡ ନିର୍ଦ୍ଦେଶାବଳୀ ସହ ଗଣତନ୍ତ୍ର ଦିବସ ପାଳିତ ହେବାକୁ ଯାଉଛି। ଚଳିତ ଥର ଅପେକ୍ଷାକୃତ କମ୍ ଅତିଥି ଏବଂ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। ସେହିଭଳି କାର‌୍ୟ୍ୟକ୍ରମରେ ସୀମିତ ସଂଖ୍ୟାରେ କୋଭିଡ ଯୋଦ୍ଧାମାନେ ଉପସ୍ଥିତ ରହିବେ। ‌ ଅଗଷ୍ଟ ୧୫ ମଧ୍ୟ କରୋନା କଟକଣାରେ ପାଳନ କରାଯାଇଥିଲା । ସେହିପରି ଗଣତନ୍ତ୍ର ଦିବସରେ ମଧ୍ୟ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯିବ ।
କାର‌୍ୟ୍ୟକ୍ରମରେ ସୀମିତ ସଂଖ୍ୟାରେ କୋଭିଡ୍ ଯୋଦ୍ଧାମାନେ ଉପସ୍ଥିତ ରହିବେ । ଟିଭି ତଥା ସାମାଜିକ ଗଣମାଧ୍ୟମରେ କାର‌୍ୟ୍ୟକ୍ରମର ସିଧା ପ୍ରସାରଣ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.