THE BYAPINI

ସୁନ୍ଦରଗଡ଼ରେ ସ୍ଥିତି ଅସମ୍ଭାଳ

Get real time updates directly on you device, subscribe now.

ଚିନ୍ତା ବଢାଉଛି ସୁନ୍ଦରଗଡ । ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଲଗାତାର ଭାବେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ୩୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଜିଲ୍ଲା ପ୍ରଶାସନର ନିଦ ହଜାଇଦେଇଛି । ଛତିଶଗଡର କ୍ରିକେଟ ମ୍ୟାଚ ସୁନ୍ଦରଗଡ ପାଇଁ ବିପଦ ଆଣିଥିବା ବେଳେ ଜିଲ୍ଲାରେ କାୟା ମେଲାଉଛି କରୋନା ।

ଗତ ୨୪ ଘଂଟାରେ ଜିଲ୍ଲାରୁ ୩୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ହେଉଛି ଜିଲ୍ଲାର ସର୍ବକାଳୀନ ଦିନିକିଆ ସର୍ବାଧିକ। ଏପ୍ରିଲ ମାସ ଆରମ୍ଭରୁ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । କଟକଣା ସତ୍ୱେ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣ ହେଉନାହିଁ ।ଜିଲ୍ଳାରେ କୋଭିଡ ନିୟମ ମଧ୍ୟ କଡ଼ା କରାଯାଇଛି । ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ ବଜାୟ ରଖିବା ପରି କୋଭିଡ ନିୟମାବଳୀର କଡ଼ା ଅନୁପାଳନ ବାଧ୍ୟତାମୂଳକ କରାଯାଇଛି। ସହରର ପ୍ରମୁଖ ଛକ, ଯଥା-ଛେଣ୍ଡ, ଉଦିତନଗର, ୭/୧୭ ଛକ, ଆମ୍ବଗାନ ଛକ, ଟ୍ରାଫିକ ଟାୱାର, ବିରସା ଛକ, ହନୁମାନ ବାଟିକା ଛକ ସମେତ ମେଂ ରୋଡ, ବିଭିନ୍ନ ଗଳିକନ୍ଦିରେ ଯାଞ୍ଚକୁ ବ୍ୟାପକ କରାଯାଇଛି। ଏହାସହ ଜରିମାନା ପରିମାଣକୁ ବୃଦ୍ଧି କରାଯାଇଛି। ମାସ୍କ ବ୍ୟବହାର କରୁନଥିବା ଲୋକଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି।

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ତାର କାୟା ବିସ୍ତାର କରୁଥିବା ବେଳେ ସୁନ୍ଦରଗଡ ଓ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିପରି ଅନ୍ୟ ଜିଲ୍ଲାରୁ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି ।

Get real time updates directly on you device, subscribe now.

Leave A Reply

Your email address will not be published.