THE BYAPINI

ମୋଦୀ କରିବେ କରୋନା ସମୀକ୍ଷା

Get real time updates directly on you device, subscribe now.

ଦେଶରେ ନିୟନ୍ତ୍ରଣ ବାହାରେ କରୋନା ସ୍ଥିତି । କରୋନା ସଂକ୍ରମଣ ଓ ତାର ନିୟନ୍ତ୍ରଣ ନେଇ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ଗୃହମନ୍ତ୍ରଣାୟର ଅଧିକାରୀମାନେ ଯୋଗଦେବେ ।
ଦେଶରେ ଦୈନିକ କରୋନା ସଂକ୍ରମଣ ୧.୫ ଲକ୍ଷ ପାର ହୋଇଛି ସେହି ସମୟରେ ଏହାର କିଭଳି ନିୟନ୍ତ୍ରଣ କରାଯାଇ ପାରିବ ଏନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧,୫୯,୬୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨୭ ଜଣ ଲୋକ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଯଦି ପଜିଟିଭ ହାର କଥା କୁହାଯିବ ତେବେ ଦେଶରେ ୧୦ ପ୍ରତିଶତରୁ ଅଧିକ ରହିଛି । ଏହାସହ ୫,୯୦,୬୧୧ ଆକ୍ଟିଭ ମାମଲା ରହିଛି । ଅନ୍ୟପଟେ ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ଏପର୍ୟ୍ୟନ୍ତ ୧୫୧.୫୮ କୋଟି ଖୋରାକ ଟିକା ଦିଆସରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.