THE BYAPINI

କରୋନା ନେଇ କେନ୍ଦ୍ରର ସତର୍କବାଣୀ

Get real time updates directly on you device, subscribe now.

କରୋନା ଆକାନ୍ତଙ୍କ ସଂଖ୍ୟା ପ୍ରତିଦିନ ଯେପରି ବଢୁଛି ଏହାକୁ ହାଲୁକା ଭାବେ ନିଆଯାଇପାରିବ ନାହିଁ । ଆଜି କେନ୍ଦ୍ର ସରକାରଙ୍କ ତରଫରୁ ନୀତିଆୟୋଗର ସଦ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡକ୍ଟର ଭି.କେ. ପଲ ଏନେଇ ସତର୍କବାଣୀ ଶୁଣାଇଛନ୍ତି । କହିଛନ୍ତି, ଦେଶରେ କରୋନା ସ୍ଥିତି ଖରାପରୁ ଅତି ଖରାପ ଦିଗକୁ ଗତି କରୁଛି । ଭାଇରସ ବର୍ତମାନ ସକ୍ରିୟ ହୋଇଉଠିଛି । ଏପରିକି କରୋନା ମୁକାବିଲା ପାଇଁ ଦେଶରେ ତିଆରି ହୋଇଥିବା ସୁରକ୍ଷା ବ୍ୟବସ୍ଥାକୁ ଭାଇରସ ଭେଦ କରିଯାଇପାରେ ବୋଲି ଆଶଙ୍କା କରିଛନ୍ତି । ସେପଟେ ସଂକ୍ରମଣକୁ କେମିତି ରୋକାଯାଇ ପାରିବ ସେ ନେଇ ପ୍ରସ୍ତୁତି ସହିତ ପଦକ୍ଷେପ ନେବା ଆରମ୍ଭ ହୋଇ ଯାଇଛି। କରୋନାର ଦ୍ଵିତୀୟ ଲହରକୁ ନେଇ ସମସ୍ତ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି।

କରୋନା ନେଇ କେନ୍ଦ୍ର ସରକାରଙ୍କ ସତର୍କବାଣୀ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶର ୧୦ଟି ସର୍ବାଧିକ କରୋନା ପ୍ରଭାବିତ ଜିଲ୍ଲାର ତାଲିକା ପ୍ରକାଶ କରାଯାଇଛି । ଏସବୁ ଜିଲ୍ଲା ହେଲେ ପୁଣେ, ମୁମ୍ବାଇ, ନାଗପୁର, ଥାଣେ, ନାସିକ, ଔରଙ୍ଗାବାଦ, ବେଙ୍ଗାଲୁରୁ ଅର୍ବାନ, ନାଣ୍ଡେଡ୍, ଦିଲ୍ଲୀ ଓ ଅହମଦନଗର । ଦେଶରେ କିଛି ରାଜ୍ୟରେ କରୋନା ସଂକ୍ରମଣ ଯେପରି ବୃଦ୍ଧି ହେଉଛି ଖରାପରୁ ଅତି ଖରାପ ହେଉଛି ପରିସ୍ଥିତି । ସମଗ୍ର ଦେଶ ପାଇଁ ବିପଦର ଆଶଙ୍କା ବଢିଯାଇଛି । ଭୂତାଣୁକୁ ନିୟନ୍ତ୍ରଣ କରିବାକୁ ଓ ଜୀବନ ବଞ୍ଚାଇବାକୁ ସବୁ ପ୍ରକାରର ଉଦ୍ୟମ କରିବାକୁ ହେବ ବୋଲି କେନ୍ଦ୍ର ସରକାର ସତର୍କ କରାଇଦେଇଛନ୍ତି ।

ସେପଟେ କରୋନାର ଲେଉଟାଣି ଲହର ନେଇ ସତର୍କ ସହ ପଦକ୍ଷେପ ପାଇଁ ସବୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ପାଇଁ ସଚେତନ କରାଯାଉ, ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ବଡ଼ ଆକାରରେ କଣ୍ଟେନମେଣ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । କେବଳ ଟେଷ୍ଟ ନୁହେଁ, ଟ୍ରିଟ୍, ଟ୍ରାକ୍ ନୀତି ଆପଣେଇ ସଂକ୍ରମଣ ଉପରେ ରୋକ୍ ଲଗାଇବା ଦିଗରେ କାର୍ୟ୍ୟ କରନ୍ତୁ ରାଜ୍ୟ। ଡିଷ୍ଟିକ ଆକ୍ସନ ପ୍ଲାନ କରି ତୁରନ୍ତ ପଦକ୍ଷେପ ନିଅନ୍ତୁ। ଜିଲ୍ଲାରେ ଏମରଜେନ୍ସି ଅପରେସନ ସେଣ୍ଟର କରିବାକୁ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜ୍ୟ ସଚିବଙ୍କୁ କହିଛନ୍ତି। ଆରଟିପିସିଆର ଟେଷ୍ଟ ଅତି କମରେ ୭୦ ପ୍ରତିଶତ କରିବାକୁ କୁହାଯାଇଛି। ଅଧିକ କରୋନାପ୍ରବଣ ଜିଲ୍ଲା ୨ ସପ୍ତାହରେ ୪୫ ବର୍ଷରୁ ଅଧିକ ଟିକାକରଣ ସାରିବେ। ଜିଲ୍ଲାପାଳ ଦୈନିକ ଦୁଇ ଥର ସ୍ଥିତି ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ମୃତ୍ୟୁହାର ହ୍ରାସ ନିମନ୍ତେ ବିଭିନ୍ନ ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟ ସଚିବଙ୍କୁ କହିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ।

Get real time updates directly on you device, subscribe now.

Leave A Reply

Your email address will not be published.