THE BYAPINI

ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ..ଦେଶରେ ଲକ୍ଷେ ଟପିଲା..

Get real time updates directly on you device, subscribe now.

ଉପର ମୁହାଁ କରୋନା ଗ୍ରାଫ। ଦେଶରେ ଲକ୍ଷେ ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୧ ଲକ୍ଷ ୧୭ ହଜାର ୧୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଗତକାଲି ୯୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିଲା ।ଗତକାଲି ତୁଳନାରେ ୨୮.୮ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣ ହାର ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି ।ଗତ ୭ ମାସ ପରେ ୧ ଲକ୍ଷ ପାର କରିଛି ନୂଆ ମାମଲା ସଂଖ୍ୟା । ଏହା ପୂର୍ବରୁ ଜୁନ୍ ୬ ତାରିଖରେ ୧ ଲକ୍ଷରୁ ଅଧିକ ମାମଲା ଆସିଥିଲା । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୫୨ ଲକ୍ଷ ୨୬ ହଜାର ୩୮୬କୁ ବୃଦ୍ଧି ପାଇଛି ।
ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୩୦୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୩ହଜାର ୧୭୮ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୭୧ ହଜାର ୩୬୩ ରେ ପହଞ୍ଚିଛି । ସୁସ୍ଥ ହେଲେଣି ୩,୪୩,୭୧,୮୪୫ ଜଣ । ଅନ୍ୟ ପକ୍ଷରେ ଟିକା ନେଲେଣି ୧୪୯ କୋଟି ୬୬ଲକ୍ଷରୁ ଅଧିକ । ୫ଟି ସହରରେ ସବୁଠାରୁ ଅଧିକ ମାମଲା ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୧୧୨୪। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୦୯ ଜଣ ଅଛନ୍ତି।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୫୪, ଷ୍ଟେଟ୍‌ପୁଲରୁ ୨୧୧, କଟକରୁ ୧୯୧, ସମ୍ବଲପୁରରୁ ୧୭୯, ଝାରସୁଗୁଡ଼ାରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଗତକାଲି ୨୪ ଘଣ୍ଟାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି। ତେବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୬୮କୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.