ଟେଷ୍ଟିଂ ବଢୁଛି ସଂଖ୍ୟା ବଢୁଛି
ଦେଶରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିବା ବେଳେ ଓଡିଶାରେ ସ୍ଥିତି ଉଦବେଗଜନକ ରହିଛି । ଟେଷ୍ଟିଂ ବଢିବା ସହ ସେହି ଅନୁପାତରେ ସଂକ୍ରମଣ ମଧ୍ୟ ବଢୁଛି । ରାଜ୍ୟରେ ଗତ ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୧୧ ହଜାର ଛୁଇଁଛି । ରାଜ୍ୟ ସରକାର ସ୍ଥିତିକୁ ନଜରରେ ରଖି ଲକଡାଉନ ଅବଧିକୁ ଜୁନ ୧ ଯାଏଁ ବଢାଇଥିବାବେଳେ ରାଜ୍ୟରେ ସଂକ୍ରମଣ ଖସିବା ଲାଗିବା ଆହୁରି ୭ରୁ ୧୦ ଦିନ ସମୟ ଲାଗିବ ବୋଲି ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି ।
ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି।କିଛି ଦିନ ବ୍ୟବଧାନ ପରେ ପୁଣି ୧୧ ହଜାର ଟପିଛି । ଗତ ୨୪ ଘଂଟାରେ ସର୍ବାଧିକ ୬୦ ହଜାର ୫୧୦ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୧୧ ହଜାର ୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୮ ଜିଲ୍ଲାରେ ୩ ଅଂକ ଉପରେ ସଂକ୍ରମଣ ସଂଖ୍ୟା ରହିଛି । ର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ। ଖୋର୍ଦ୍ଧା ଜିଲ୍ଲାରୁ ୧୪୬୦ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି ୯୮୩ । ସେହିପରି ଅନଗୁଳରୁ ୫୫୨, ବାଲେଶ୍ୱରରୁ ୪୦୮, ବରଗଡରୁ ୩୩୯, ଭଦ୍ରକରୁ ୪୩୧, ବଲାଙ୍ଗିରରୁ ୨୮୮, ବୌଦ୍ଧରୁ ୨୧୩, କଟକରୁ ୮୬୭, ଦେବଗଡରୁ ୧୦୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୬ ହଜାର ୫୯୫ ଜଣ ସୁସ୍ଥ ହୋଇସାରିଲେଣି। ଲକ୍ଷେ ୫ ହଜାର ୩୭୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ଏଯାବତ କରୋନାରେ ରାଜ୍ୟରେ ୨୩୫୭ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।
ରାଜ୍ୟରେ ଏବେ ଗ୍ରାମାଚଂଳ ଅପେକ୍ଷା ସହରାଂଚଳରେ ସଂକୟମଣ ବଢିବାରେ ଲାଗିଲାଣି । ଏଥିପାଇଁ ଘରକୁ ଘର ବୁର୍ଲି ସର୍ଭେ କରିବା ଲାଗି ନିଷ୍ପତି ନେଇଛନ୍ତି ରାଜ୍ୟସରକାର । ଅନେକ ମେର ମଧ୍ୟଭାଗରେ କରୋନା ଓଡିଶାରେ ଶୀର୍ଷକୁ ଛୁଇଁବ ବୋଲି ଅନୁମାନ କରିଥିଲେ ମଧ୍ୟ ତାହା ଫେଲ ମାରିଛି । କରୋନା ଯେଉଁଭଳି ବଢୁଛି , ଏଯାଏଁ ଓଡିଶାରେ ସଂକ୍ରମଣ ଶୀର୍ଷକୁ ଛୁଇଁଛି ବୋଲି କହିହେହନାହିଁ ।