THE BYAPINI

ଜଗା ଦର୍ଶନ ପାଇଁ ହଟିଲା କଟକଣା

Get real time updates directly on you device, subscribe now.

ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଟିଲା କୋଭିଡ୍ କଟକଣା। ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଟକଣା କୋହଳ ହୋଇଛି । ଆଜିଠାରୁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ନାହିଁ । କିଓସ୍କର ଆବଶ୍ୟକତା ମଧ୍ୟ ହେବ ନାହିଁ ।ଶ୍ରୀମନ୍ଦିର ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ଵାଗତ କରିଛନ୍ତି ଶ୍ରଦ୍ଧାଳୁ।
କୋଭିଡ୍ ସଂକ୍ରମଣ ହାର ସଂପୂର୍ଣ୍ଣ ବନ୍ଦ ହୋଇନଥିବାରୁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଏଣିକି ବିନା କଟକଣାରେ ଭକ୍ତମାନେ ସକାଳ ୬ଟାରୁ ରାତି ୯ଟା ପର୍ୟ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ପୂର୍ବ ଭଳି ଭକ୍ତମାନେ ପୂର୍ବ ଦ୍ୱାରରେ ପ୍ରବେଶ କରି ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଛି। ତେବେ ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇଛି।
ତେବେ ପୂର୍ବ ପରି ପ୍ରତି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ଦ୍ୱାର ଫିଟାରୁ ରାତ୍ର ପହୁଡ଼ ନେଇ ସମସ୍ତ ନୀତି କିଭଳି ଆହୁରି ଶୃଙ୍ଖଳିତ ହେବ ସେନେଇ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ।ସପ୍ତାହ ରେ ୬ ଦିନ ଜଗା ଦର୍ଶନର ସୁବିଧା ସୁଯୋଗ ପାଇପାରିବେ ଶ୍ରଦ୍ଧାଳୁ। ରବିବାର ଦିନ ଶ୍ରୀମନ୍ଦିରକୁ ସାନିଟାଇଜ କରିବା ଉଦ୍ଦେଶ୍ୟରେ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ।

Get real time updates directly on you device, subscribe now.

Leave A Reply

Your email address will not be published.