THE BYAPINI

ଜାନୁଆରୀ ୧୬ରୁ ଟିକାକରଣ

Get real time updates directly on you device, subscribe now.

ଶେଷରେ ଅପେକ୍ଷାର ଅନ୍ତ ହୋଇଛି । ସେଇ ସମୟ ଆସି ପହଚିଂଛି ଯେଉଁ ସମୟକ ସାରା ଦେଶ ଚାହିଁ ରହିଥିଲା । ଆସନ୍ତା ୧୬ ତାରିଖ ଅର୍ଥାତ ଜାନୁଆରୀ ୧୬ ତାରିଖରୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣ । ଦେଶରେ ଡ୍ରାଏରନ ଚାଲିଥିବା ବେଳେ ଟିକାକରଣ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ପ୍ରଥମ ପର୍ୟ୍ୟାୟରେ ଦେଶରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବାର ଯୋଜନା କରାଯାଇଛି । ଏହାପରେ ୫୦ ବର୍ଷ ବୟସର ଅଧିକ ଲୋକଙ୍କୁ ଟିକା ଦିଆଯିବ । ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବ। ପ୍ରଥମେ ଫ୍ରଣ୍ଟ୍ ଲାଇନ୍ କରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ମୋଟ ୩୦ କୋଟି ନାଗରିକଙ୍କୁ ଟିକା ଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ୟ୍ୟ କରିଛନ୍ତି।

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଡକାଇଥି‌ଲେ, ଯେଉଁଥିରେ ଟିକାକରଣ ଅଭିଯାନ ଆରମ୍ଭ ନେଇ ତାରିଖ ଘୋଷଣା କରାଯାଇଛି। ଅନ୍ୟ ପକ୍ଷରେ ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା କହିଛନ୍ତି ଯେ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ଟିକା ପହଞ୍ଚାଇ ଦିଆଯିବ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କ ସହ ଆଲୋଚନା ଶେଷ ହୋଇଛି । ଟିକାକରଣ କେନ୍ଦ୍ର ମଧ୍ୟ ପ୍ରସ୍ତୁତି ସରିଛି ।ଟିକାକରଣ ନେଇ ସରକାର ଦୁଇଟି କରୋନା ଟିକାକୁ ଅନୁମତି ଦେଇଥିଲେ। ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କ‌ୋଭିସିଲ୍ଡ ଏବଂ ଭାରତ ବାୟ‌ୋଟେକର କୋଭାକ୍ସିନର ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ଏହା ପରେ ଦେଶରେ ଡ୍ରାଏ ରନ ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.