THE BYAPINI

କିଭଳି ପାଇବେ କରୋନା ଟିକା?

Get real time updates directly on you device, subscribe now.

ମହାମାରୀ କରୋନା ଭାଇରସର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସବୁ ପ୍ରୟାସ ଜାରି ରହିଛି । କରୋନା ଟିକା ପାଇଁ କେତେକ କମ୍ପାନୀ ଅନୁମତି ମାଗିସାରିଛନ୍ତି । ହେଲେ ଦେଶକୁ ଏଯାଏ ଟିକା ଆସିନି । ତେବେ ଟିକା ଆସିଲେ କେଉଁମାନଙ୍କୁ ଦିଆଯିବ ସେ ନେଇ ସରକାର ଚୂଡାନ୍ତ ନିଷ୍ପତି ନେଇନାହାନ୍ତି । ତେବେ ଦେଶରେ କରୋନା ଟିକାର ବିତରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।

ଗାଇଡଲାଇନ ଅନୁଯାୟୀ ଟିକାକରଣ ପାଇଁ ଆଗ ପଂଜୀକରଣ କରିବାକୁ ପଡିବ । ଶର ଏକ ଚତୁର୍ଥାଂଶ ଲୋକଙ୍କୁ ଟିକା ଦେବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ତେଣୁ ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ପ୍ରତ୍ୟକ ଦିନ ଗୋଟିଏ ସେସନରେ ଅର୍ଥାତ ଗୋଟିଏ ପର‌୍ୟ୍ୟାୟରେ ଶହେରୁ ଦୁଇ ଶହ ଜଣଙ୍କୁ ଟିକା ଦିଆଯିବ ବୋଲି ଜାରି କରାଯାଇଥିବା ଗାଇଡଲାଇନରେ କୁହାଯାଇଛି। ଟିକା ଦେବା ପରେ ୩୦ ମିନିଟ ପର‌୍ୟ୍ୟନ୍ତ ସେମାନଙ୍କୁ ନିରୀକ୍ଷଣରେ ରଖାଯିବ । ଯଦି କୌଣସି ପାର୍ଶ୍ବ ପ୍ରତିକ୍ରିୟାା ଦେଖାଯାଏ, ତେବେ ତୁରନ୍ତ ତାଙ୍କର ଚିକିତ୍ସା କରାଯିବ। କରୋନା ଟିକା ନେବା ପାଇଁ ଟିକାକରଣ କୋଠରୀ ପ୍ରସ୍ତୁତ କରାଯିବ।ପ୍ରତ୍ୟେକ ଟିକାକରଣ ସ୍ଥଳରେ ପ୍ରାୟ ୫ ଜଣ ଅଧିକାରୀ ରହିବେ । ଏମାନଙ୍କ ମଧ୍ୟରୁ ଜଣେ ଟିକା ଦେବାକୁ ଥିବା ବେଳେ ଜଣେ ୱେଟିଂ,ଜଣେ ସୁରକ୍ଷା ଓ ଅନ୍ୟ ଜଣେ ତଦାରଖ କରିବେ । ଲୋକଙ୍କ ପର୍ଯ୍ୟନ୍ତ ଟିକା ପହଚାଂଇବା ପାଇଁ ସରକାର ଏକ୍ସପର୍ଟ ଗ୍ରୁପ ଗଠନ କରିଛନ୍ତି । ଏହି ଗ୍ରୁପକୁ ସରକାର ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ ଭାକ୍ସିନ ଆଡମିନଷ୍ଟ୍ରେସନ ଫର କୋଭିଡ-୧୯ ନାମ ଦେଇଛନ୍ତି ।

ଟିକାକରଣ କେନ୍ଦ୍ରରେ କେବଳ ପୂର୍ବରୁ ପଞ୍ଜିକୃତ ହିତାଧିକାରୀଙ୍କୁ ପ୍ରାଥମିକତା ଅନୁଯାୟୀ ଟିକା ଦିଆଯିବ। ଟିକା ନେବା ପାଇଁ ଲୋକଙ୍କୁ ପୂର୍ବରୁ ପଞ୍ଜିକରଣ କରିବାକୁ ହେବ। ଟିକାକରଣ କେନ୍ଦ୍ରକୁ ଯାଇ ଲୋକଙ୍କୁ ପଞ୍ଜିକରଣ କରିବାର ସୁବିଧା ଦିଆଯିବ ନାହିଁ। କା ରହିଥିବା ଆଇସବକ୍ସକୁ କୌଣସି ପରିସ୍ଥିତିରେ ଖରାକୁ ଆସିବାକୁ ଦିଆଯିବ ନାହିଁ ବୋଲି ଏଥିରେ କୁହାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ୨୮ ହଜାର ୯୪୭ଟି କୋଲ୍ଡ ଚେନ୍ ସୃଷ୍ଟି କରୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.