THE BYAPINI

କେତେ ନିରାପଦ କୋଭିଡ ଟିକା?

Get real time updates directly on you device, subscribe now.

ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି। ତେବେ ଟିକାକରଣ ପୂର୍ବରୁ କରୋନା ଭ୍ୟାକସିନ କେତେ ନିରାପଦ ଓ ଫଳପ୍ରଦ ସେ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଟିକା ନିରାପଦ ଓ ଫଳପ୍ରଦ ବୋଲି ସୂଚନା ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ।

ଏସସିବି ମେଡିସିନ ବିଭାଗର ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଡ.ଜୟନ୍ତ ପଣ୍ଡା କହିଛନ୍ତି, ଯେ ଏହି ଟିକା ସଂପୂର୍ଣ୍ଣ ସୁରକ୍ଷିତ । କାରଣ ଭାରତୀୟ ଔଷଧ ମହାନିୟନ୍ତ୍ରକ ଏସବୁ ଟିକାର ପରୀକ୍ଷଣ କରି ସନ୍ତୁଷ୍ଟ ହେବା ପରେ ହିଁ ମଂଜୁରୀ ଦେଇଛନ୍ତି । ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ପରେ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କୁ ଟିକା ଦିଆଯିବ । ଅନ୍ୟ ଟିକା ଭଳି ଏହି ୨ ଟିକା କାର୍ୟ୍ୟକ୍ଷମ । ସେ କହିଛନ୍ତି ପୂର୍ବରୁ କୋଭିଡ୍ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଟିକା ନେବା ଉଚିତ୍। ଟିକା ଦେହରେ ଆଣ୍ଟିବଡି ବଢାଇବ। ଟିକା ନେଲେ କିଛି ସାଇଟ୍ ଇଫେକ୍ଟ ନାହିଁ କି କାହାକୁ ସାମାନ୍ୟ ଜ୍ବର ହେଲେ ବି ଅସୁବିଧା ନାହିଁ।

ବିଶେଷଜ୍ଞ ଡାକ୍ତର କହିଛନ୍ତି ଯେ ଏହି ଟିକାନେବା ବାଧ୍ୟତାମୂଳକ ନୁହେଁ, ସଂପୂର୍ଣ୍ଣ ଇଚ୍ଛାଧୀନ । ମାତ୍ର ଯେଉଁମାନେ ନିଜକୁ ସୁରକ୍ଷିତ କରିବାକୁ ଚାହିଁବେ ଓ ସଂକ୍ରମଣକୁ ରୋକିବାକୁ ଚାହିଁବେ ସେମାନେ ଏହି ଟିକା ନେବା ଉଚିତ । ଯେଉଁ ବ୍ୟକ୍ତି ଟିକା ନେବେ ୨୮ ଦିନ ପରେ ସେହି ଟିକାର ୨ୟ ଡୋଜ୍ ନେବେ। ହେଲେ ଟିକା ପାଇଁ ଆପ୍‌ରେ ନାଁ ପଞ୍ଜିକରଣ ଜରୁରି। ପଞ୍ଜିକରଣ କଲେ ମୋବାଇଲକୁ ମେସେଜ ଆସିବ। ମୋବାଇଲରେ କେଉଁଠି ଏବଂ କେବେ ଟିକା ଦିଆଯିବ ମେସେଜ୍ ଆସିବ। ଆବଶ୍ୟକ ପରିଚୟ ପତ୍ର ଦେଖାଇ ଟିକାଦାନ କେନ୍ଦ୍ରରୁ ଟିକା ନେଇହେବ। ବିନା ପଞ୍ଜିକରଣରେ ଟିକା ଦିଆଯାଇପାରିବ ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.