କେଉଁ ଜିଲ୍ଲାକୁ କେତେ ଟିକା?
ଓଡିଶାରେ ଆସି କରୋନା ଭ୍ୟାକସିନ ପହଚିଂବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି । ପ୍ରଥମ ପର୍ୟ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଇଛି ସେରମ । ଏହି ସମସ୍ତ ଟିକା ରାଜ୍ୟ ଔଷଧ ନିଗମରେ ସଂରକ୍ଷିତ ରହିଛି । ଆଉ ଏହିଠାରୁ ହିଁ ସମସ୍ତ ଜିଲ୍ଲାକୁ ଟିକା ପଠାଯାଉଛି ।
ରାଜ୍ୟର ବିଭିନ୍ନ ଜିଲ୍ଲାକୁ କରୋନା ଟିକା ପଠାଇବା ଆରମ୍ଭ ହୋଇଛି । ଟଙ୍କା ଭଳି ଭ୍ୟାକସିନ ସୁରକ୍ଷା ବଳୟ ମଧ୍ୟରେ ବିଭିନ୍ନ ଜିଲ୍ଲାର ଟିକାକରଣ କେନ୍ଦ୍ରକୁ ପଠାଯାଉଛି । ଆଜି ପୁରୀ, କଟକ ଓ ନୟାଗଡ ଜିଲ୍ଲାକୁ କରୋନା ଟିକା ପଠାଯାଇଛି । ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାକୁ କରୋନା ଟିକା ପଠାଯିବ । କଟକକୁ ୧୯ ହଜାର ୧୦୦ ଡୋଜ ପଠାଯାଇଥିବା ବେଳେ ନୟାଗଡକୁ ୪ ହଜାର ଡୋଜ ପଠାଯାଇଛି । ସେହିପରି ପୁରୀକୁ ୭ ହଜାର ଡୋଜ ପଠାଯାଇଛି । ରାଜ୍ୟକୁ ୩୪ ପ୍ୟାକେଟରେ ୪୦ ହଜାର ୮ଶହ ଭାଏଲ୍ ବା ଶିଶି କରୋନା ଟିକା ଆସିଛି।
ଷ୍ଟେଟ୍ ଭ୍ୟାକସିନ୍ ସେଂଟରରେ କରୋନା ଭ୍ୟାକସିନ କୋଭିିସିଲ୍ଡକୁ ରଖାଯାଇଛି ।ଆଜି କିଛି ଜିଲ୍ଲାକୁ ଟିକା ପଠାଯାଇଥିବା ବେଳେ ଦୁଇ ଦିନ ମଧ୍ୟରେ ସମସ୍ତ ଜିଲ୍ଲାକୁ ଟିକା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ୧୬ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବ ଟିକାକରଣ ଅଭିଯାନ ।