THE BYAPINI

୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା

Get real time updates directly on you device, subscribe now.

ଆସନ୍ତା ୬ ତାରିଖ ଠାରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ସବୁ ମ୍ୟୁନିସିପାଲ କମିଶନରଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ସ୍ବାସ୍ଥ୍ୟ ବିଭାଗର ଚିଠିରେ ନିର୍ଦ୍ଦେଶ ଦର୍ଶାଯାଇଛି ଯେ, ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ପାଇଁ ଚୟନ କରାଯାଉ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲାପାଳ, ସିଡିଏମ୍ଓ, କ୍ୟାପିଟାଲ ହସ୍‌ପିଟାଲ ଓ ରାଉରକେଲା ସରକାର ହସ୍‌ପିଟାଲଙ୍କୁ ଚିଠି ଲେଖିଛନ୍ତି। ସ୍ୱାସ୍ଥ୍ୟ କର୍ମୀଙ୍କୁ ଛାଡି ଅନ୍ୟ ଟିକାଦାତା ଚିହ୍ନଟ କରିବାକୁ ନିର୍ଦ୍ଦେଶ । ସେମାନେ ଯେପରି ଉପଯୁକ୍ତ ତାଲିମ ପାଇଥିବେ ଧ୍ୟାନ ରଖାଯିବ । ଟିକା ଦିଆଯିବାକୁ ଥିବା ଅନୁଷ୍ଠାନରେ ଜଣେ ନୋଡାଲ ଅଫିସର ରହିବେ । ପ୍ରଥମ ପର୍ୟ୍ୟାୟରେ ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଟିକା ଦିଆଯାଇଛି । ଏହି ଟିକାକରଣ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ହୋଇଥିଲା । ଫେବୃଆରୀ ୬ ତାରିଖରୁ ପୁଣି ଟିକାରଣ ଆରମ୍ଭ ହେବ । ଏଥିରେ ସମ୍ମୁଖ ଯୋଦ୍ଧାଙ୍କୁ ଗୁରୁତ୍ୱ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ସ୍ବାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଟିକା ଯେମିତି ଅପଚୟ ନହୁଏ, ସେଥିପାଇଁ ବିକଳ୍ପ କର୍ମଚାରୀଙ୍କୁ ତାଲିମ ଦିଆଯିବାକୁ ପରାମର୍ଶ ରହିଛି। ସରକାର ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଭତ୍ତା ଦେବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.