THE BYAPINI

ଟଙ୍କା ଭଳି ସୁରକ୍ଷାରେ ରହିବ ଟିକା

Get real time updates directly on you device, subscribe now.

ଜାନୁଆରୀ ୧୬ ତାରିଖରୁ ଆସନ୍ତା ଶନିବାରୁ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାର । ପ୍ରଥମେ ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯିବ । ବିଭିନ୍ନ ରାଜ୍ୟରେ କଂପାନୀଠାରୁ ସିଧାସଳଖ ଆସି ଟିକା ପହଚିଂବ । ତେବେ ବ୍ୟାଙ୍କ ଗୁଡିକୁ ଯେଉଁ ସୁରକ୍ଷା ଭିତରେ ଟଙ୍କା ନିଆଯାଇଥାଏ ,ଠିକ ସେପରି କଡା ସୁରକ୍ଷା ବଳୟ ମଧ୍ୟରେ ଟିକା ଗୁଡିକ ପହଚାଂଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

କଡା ସୁରକ୍ଷା ବଳୟ ଭିତରେ ରହିବ କରୋନା ଟିକା । ରାଜ୍ୟରେ ଟିକା ପହଚିଂବା ପରେ ୍ନ ଟିକା କେନ୍ଦ୍ରରୁ ଅନ୍ୟ ଅଂଚଳକୁ ଟିକା ଭ୍ୟାନ ଗୁଡିକୁ କଡା ସୁରକ୍ଷାରେ ନିଆଯିବ । ଠିକ ଯେମିତି ବ୍ୟାଙ୍କ ଗୁଡିକୁ ଟଙ୍କା ଯାଇଥାଏ । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ଟିକା ଭ୍ୟାନକୁ ସୁରକ୍ଷା ଦେବା ଲାଗି ଜିଲ୍ଲାପାଳ ଓ ଏସପି, ପୁଲିସ କମିସନର, ମୁନସିପାଲଟି କମିସନରଙ୍କୁ ଚିଠି ଲେଖିଛନ୍ତି ।

ରାଜ୍ୟ ଟିକା କେନ୍ଦ୍ରରୁ ୯ଟି ଆଂଚଳିକ ଟିକା କେନ୍ଦ୍ର ଓ ୩୨ଟି ଜିଲ୍ଲା ଟିକା କେନ୍ଦ୍ରକୁ ଭ୍ୟାକସିନ ପଠାଯିବ । ଟିକା ପରିବହନ ସମୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି । ଯେମିତି ଟଙ୍କା ଗାଡି କଡା ସୁରକ୍ଷା ବଳୟରେ ଯାଏ, ସେହି ଭଳି ସୁରକ୍ଷା ବଳୟ ଭିତରେ ଯିବ ଟିକା ଗାଡି । ସେପଟେ ସିରମ ଇନଷ୍ଟିଚ୍ୟୁଟରେ ବିତରଣ ହେବାକୁ ଥିବା ଟିକା ପଠାଇବାରେ ହେଉଥିବା ବିଳମ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟିକାର ଦାମକୁ ନେଇ ସରକାରଙ୍କ ସହ ମୁଲଚାଲ ଯୋଗୁଁ ଟିକା ଆସିବାରେ ଡେରି ହେଉଥିବା ଆଲୋଚନା ହେଉଛି । ହେଲେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲା । ସେ କହିଛନ୍ତି ଟିକା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନିକ ଅନୁମତିକୁ ଅପେକ୍ଷା କରାଯାଇଛି ।

ଜାନୁୟାରୀ ୧୬ ତାରିଖରୁ ସାରା ଦେଶରେ କୋଭିଡ ଟିକାକରଣ ଆରମ୍ଭ ହେବ । ସେପଟେ ଆସନ୍ତା ୧୧ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିବା କାର୍ୟ୍ୟକ୍ରମ ରହିଛି । ପ୍ରଥମ ଦଫାରେ ସରକାର ତାଲିକା କରିଥିବା ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏହାପରେ ୨୭ କୋଟି ୫୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଏକାଧିକ ରୋଗଗ୍ରସ୍ତ ଲୋକ ଟିକା ପାଇବେ ।

Get real time updates directly on you device, subscribe now.

Leave A Reply

Your email address will not be published.