ରାଜ୍ୟରେ ମାଡୁଛି କରୋନା..ଖୋର୍ଦ୍ଧାରେ ସର୍ବାଧିକ
ରାଜ୍ୟରେ ଉପରମୁହାଁ କରୋନା ମିଟର । ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଟପିସାରିଛି । ଗତ ୨୪ ଘଣ୍ଟାରେ ୬୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଦିନ ହେଲା ୪୩୦ ଭିତରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ୭୦୦ ମୁହାଁ ହୋଇଛି । ତେବେ ବଡ଼ କଥା ହେଲା ଯେ, ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୯ ଜଣ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୨୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧ ଜଣ ବାଲେଶ୍ବର ଜିଲ୍ଲାରୁ ୩୪ ଜଣ, ବରଗଡ଼ରୁ ୧୪ ଜଣ, ବଲାଙ୍ଗୀରୁ ୪ ଜଣ, କଟକରୁ ୫୯ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୨ଜଣ, ଗଜପତିରୁ ୪ ଜଣ, ଜଗତସିଂହପୁରରୁ ୭ ଜଣ, ଯାଜପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୨୫ ଜଣ, କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ୮ ଜଣ, କୋରାପୁଟରୁ ୯ ଜଣ, ମୟୂରଭଞ୍ଜରୁ ୮ ଜଣ, ନବରଙ୍ଗପୁରରୁ ୧୩ ଜଣ, ନୟାଗଡ଼ରୁ ୪ ଜଣ, ନୂଆପଡ଼ାରୁ ୧ ଜଣ, ପୁରୀରୁ ୧୫ ଜଣ, ରାୟଗଡ଼ାରୁ ୧ ଜଣ, ସମ୍ୱଲପୁରରୁ ୪୨ ଜଣ, ସୋନପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୬୯ ଜଣ ଓ ଷ୍ଟେଟ ପୁଲରୁ ୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଦେଶରେ ୩୫ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ରହିଛି ୩.୨୪% । ଦିନକରେ ୧୦.୭ ପ୍ରତିଶତ ବଢିଲା ସଂକ୍ରମଣ । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ବି ୧୦୦ ଟପିଛି । ଦିନକରେ ୧୨୪ ଜଣ ଲୋକ କରୋନାରେ ଆଖିବୁଜିଛନ୍ତି ।ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୮ ଶହ ୯୨କୁ ବୃଦ୍ଧି ପାଇଛି । ସେମ।।ନଙ୍କ ମଧ୍ୟରୁ ୭୬୬ ଜଣ ସୁସ୍ଥ ହୋଇଛନ୍ତି ।