THE BYAPINI

ଭୟ ଭିତରେ ଭଲ ଖବର: ଆଉ ୨ ଟିକାକୁ ମିଳିଲା ମଞ୍ଜୁରୀ

Get real time updates directly on you device, subscribe now.

ଓମିକ୍ରନ ଭୟ ଭିତରେ ଆଶ୍ୱସ୍ତିକର ଖବର । କରୋନା ବିରୋଧୀ ଲଢେଇରେ ଆଉପାଦେ ଆଗକୁ ବଢିଲା ଭାରତ । ଦେଶରେ ଆଉ ଦୁଇଟି ଟିକାକୁ ମିିିଳିଲା ମଞ୍ଜୁରୀ । କୋର୍ବେଭାକ୍ସ ଓ କୋଭାଭାକ୍ସକୁ ମଞ୍ଜୁରୀ ମିଳିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମଣ୍ଡାଭିଆ ଟ୍ୱିଟ କରି କହିଛନ୍ତି କି ମୋଲନୁପିରବୀର ଏକ ଆଣ୍ଟିବାୟରାଲ ଔଷଧ, ଯାହାକି ଦେଶର ୧୩ ଟି କମ୍ପାନୀ ବୟସ୍କ ଲୋକଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ପ୍ରସ୍ତୁତ କରିଛନ୍ତି । କୋର୍ଭେବାକ୍ସ ଟିକା ଦେଶରେ ପ୍ରଥମ ସ୍ୱଦେଶୀ ଭାବେ ପ୍ରସ୍ତୁତ ହୋଇଥିବା ଆରବିଡି ପ୍ରୋଟିନ ସବ୍-ୟୁନିଟ୍ ଭ୍ୟାକ୍ସିନ ଅଟେ । ଏହାକୁ ହାଇଦ୍ରାବାଦ ସ୍ଥିତ ଫାର୍ମ ବାୟୋଲୋଜିକାଲ –ଇ ଦ୍ୱାରା ବିକଶିତ କରାଯାଇଛି । ଏହା ଭାରତରେ ବିକଶିତ ହୋଇଥିବା ତୃତୀୟ ଟିକା ।
ମାନବ ଦେହରେ ଜରୁରୀ ବ୍ୟବହାର ପାଇଁ ମିଳିଛି ଅନୁମତି । ଆଣ୍ଟି ଭାଇରାଲ ଡ୍ରଗ ମୋନଲୁପିରଭିର ଜରୁରୀ ବ୍ୟବହାର ନେଇ ମଧ୍ୟ ମିଳିଛି ଅନୁମତି । ସିଡିଏସସିଓ ପକ୍ଷରୁ ଅନୁମିତି ମିଳିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.