THE BYAPINI

୧୨୦ ଘଂଟାର ଅପରେସନ

Get real time updates directly on you device, subscribe now.

କେମିତି ଧରାପଡିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର? ୧୨୦ ଘଂଟା ଅପରେସନର ପୁରା କାହାଣୀ କହିଛନ୍ତି ପୋଲିସ କମିଶନର । କଟକରୁ ଫେରାର ହେବାର ୧୨୦ ଘଣ୍ଟାର ଅପରେସନ୍ ପରେ ସୁଦୂର ତେଲେଙ୍ଗାନାରୁ ଏହି ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାରକୁ ଧରିବାରେ ସଫଳ ହୋଇଛି କଟକ ପୁଲିସ୍‌ ।

ହାଇଦରକୁ ଧରିବାକୁ କମିଶନରେଟ୍ ପୁଲିସ୍‌ ବିଛାଇଥିଲା ଜାଲ୍‌। ସିପି କହିଛନ୍ତି, ହାଇଦର ଖସିଯିବାର ଅଢ଼େଇ ଘଣ୍ଟା ପରେ ଆମକୁ ଖବର ମିଳିଥିଲା। ବିଳମ୍ବରେ ଖବର ମିଳିଥିବାରୁ ତାକୁ ଧରିବା ଆମ ପାଇଁ କଷ୍ଟକର ଥିଲା। ଆମର ପ୍ରଥମ ଲକ୍ଷ୍ୟ ଥିଲା ସେ କେଉଁଠି ଅଛି ଜାଣିବା।’ ହାଇଦରର ସମସ୍ତ ତଥ୍ୟକୁ ଆଖି ଆଗରେ ରଖି କମିସନରେଟ ପୁଲିସ ଏକ ଟିମ ଗଠନ କରିଥିଲା। ତେଲେଙ୍ଗାନା, ମହାରାଷ୍ଟ୍ରକୁ ଟିମ ଯାଇଥିଲା। ଏହାସହ ହାଇଦର ସହଯୋଗୀକୁ ଗିରଫ କରାଯାଇଥିଲା। ୧୩, ୧୪, ୧୫ରେ ଅପରେସନକୁ ଜୋରଦାର କରାଯାଇଥିଲା । ହାଇଦରକୁ ଧରିବା ପାଇଁ ପୋଲିସର ୨ଟି ମ୍‌ ତେଲେଙ୍ଗାନା ଯାଇଥିଲା। ତେଲେଙ୍ଗାନା ପୋଲିସ ସହାୟତାରେ ଓଡ଼ିଶା ପୋଲିସ ଟିମ୍ ତାକୁ ଧରିଥିଲା।

ସିପି କହିଛନ୍ତି, ଏହି ପୂରା ଘଟଣା ପୁଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଇଣ୍ଟେଲିଜେନ୍ସ, ଟେକନିକାଲ ପାର୍ଟ, ହ୍ୟୁମାନ ଇଣ୍ଟେଲିଜେନ୍ସ ମିଶିଲେ ସଫଳତା ମିଳିଥାଏ। ଅପରାଧି ସବୁଠି ଭୁଲ କରିଥାଏ। ସେ ଭୁଲକୁ ଠିକ୍‌ ଭାବେ ଧରିପାରିଲେ ସଫଳତା ମିଳିଥାଏ ବୋଲି କହିଛନ୍ତି ସିପି। ସେ ଆହୁରି ମଧ୍ୟ କହିଛନ୍ତି ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ହାଇଦ୍ରାବାଦରେ ରହୁଛି । ତେବେ ହାଇଦ୍ରାବାଦରେ ଲୁଚି ରହିଥିବା ନେଇ ଆମର ସନ୍ଦେହ ଜାତ ହୋଇଥିଲା । ଗତାକାଲି ତେଲେଙ୍ଗାନର ସାଙ୍ଗାରେଡ୍ଡିରେ ହାଇଦର ଗିରଫ କରାଯିବ ସହ ଜାହିରାବାଦ କୋର୍ଟ ହାଜର କରାଯାଇଥିଲା । ଏବେ ହାଇଦରର ୭ ସହଯୋଗୀଙ୍କୁ ଅଟକ ରଖି ପଚାରାଉଚରା କରୁଛୁ । ଆଗକୁ ହାଇଦରକୁ ଟ୍ରାନଜିଟ୍ ରିମାଣ୍ଡରେ ତାକୁ ଜେରା କରିବା ସହ ଫେରାର୍ ପଛର ରହସ୍ୟ ଉନ୍ମୋଚନ କରିବୁ ବୋଲି ପୋଲିସ କମିଶନର କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.