ସେନ ୱାର୍ଣ୍ଣଙ୍କ ପରଲୋକ
ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ । ୫୨ ବର୍ଷ ବୟସରେ ଆଖି ବୁଜିଲେ କିମ୍ବଦନ୍ତୀ କ୍ରିକେଟର । ଥାଇଲାଣ୍ଡରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା । ୱାର୍ଣ୍ଣଙ୍କ ଦେହାନ୍ତ ଖବର ପାଇଁ କ୍ରିକେଟ୍ ଜଗତ ସ୍ତବ୍ଧ ହୋଇପଡ଼ିଛି। ତାଙ୍କ ପରଲୋକ କ୍ରିକେଟ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
ସେ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୩,୧୫୪ ରନ କରିଛନ୍ତି । ସେହିପରି ୧୯୪ ଦିନିକିଆ ମ୍ୟାଚ ଖେଳି ୧୦୧୮ ରନ କରିଛନ୍ତି । ସେ ଆଇପିଏଲ ମ୍ୟାଚ ମଧ୍ୟ ଖେଳିଛନ୍ତି ।
କିଛି ଘଣ୍ଟା ତଳେ ୱାର୍ଣ୍ଣ ନିଜ ଦେଶର କ୍ରିକେଟର୍ ରଡନୀ ମାର୍ଶଙ୍କ ଦେହାନ୍ତରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ ଏହା ତାଙ୍କ ଜୀବନର ଶେଷ ଟ୍ୱିଟ୍ ହେବ ବୋଲି କେହି ଭାବିନଥିବେ।