THE BYAPINI

କ୍ରାଇମବ୍ରାଂଚ ବାହାର କରିବ ମୃତ୍ୟୁର ସତ!

Get real time updates directly on you device, subscribe now.

ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ଭାର ନେବା ପରେ ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚ ଟିମ୍। ପୁଣି ଡିଏଫଓ ଏବଂ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିବ ବୋଲି ସୂଚନା ମିଳିଛି। ପାରଳାଖେମୁଣ୍ଡିରେ ୨ ଘଣ୍ଟାର ତଦନ୍ତ ପରେ ସୌମ୍ୟଙ୍କ ସରକାରୀ କ୍ୱାର୍ଟରରୁ ବାହାରିଛି କ୍ରାଇମବ୍ରାଞ୍ଚ ଟିମ।

କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠିତ । ଡିଜିଙ୍କ ନିର୍ଦ୍ଦେଶ ପରେ ତଦନ୍ତଭାର ନେଲା କ୍ରାଇମବ୍ରାଞ୍ଚ, ଏନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ସୌମ୍ୟଙ୍କ ମୃତ୍ୟୁକୁ ମାସେ ବିତିଯାଇଥିଲେ ବି ଏଯାଏଁ ଜାରି ରହିଛି ସସପେନ୍ସ । କ୍ରାଇମ ବ୍ରାଞ୍ଚ ସବୁ ଦିଗରୁ ତଦନ୍ତ ଆରମ୍ଭ କରିବ । ୬ ଜଣିଆ ସାଇଣ୍ଟିଫିକ ଟିମଙ୍କୁ ଏଥିରେ ନିଯୁକ୍ତି କରାଯିବ । ଏହି ୬ ଜଣିଆ ଫରେନସିକ ଟିମରେ ଫିଜିକ୍ସ, କେମେଷ୍ଟ୍ରି ଟିମ, ଫିଙ୍ଗରପ୍ରିଣ୍ଟ, ଫୋଟୋଗ୍ରାଫି, ଭିଡିଓ ଗ୍ରାଫି ଓ ଫାୟାର ଡିପାର୍ଟମେଣ୍ଟର ଅଫିସର ରହିବେ ଓ କ୍ରାଇମବ୍ରାଞ୍ଚ ପୁଣି ମୂଳରୁ ତଦନ୍ତ ଆରମ୍ଭ କରିବ ।

ଗତ ମାସ ଜୁଲାଇ ୧୨ ରାତି ପ୍ରାୟ ୯ଟାରେ ଏସିଏଫ ସୌମ୍ୟରଂଜନ ପାରଳାଖେମୁଣ୍ଡିସ୍ଥିତ ବାସଭବନରେ ନିଆଁଁରେ ଜଳିଯାଇଥିଲେ ୯୦ ପ୍ରତିଶତ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.