THE BYAPINI

ଖୋଲିବ ଆକାଶଙ୍କ ଅନ୍ଧାରୀ ଇଲାକା

Get real time updates directly on you device, subscribe now.

ଖୋଲିବ ଆକାଶଙ୍କ ଅନ୍ଧାରୀ ଇଲାକା । ଆଜିଠୁ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ଠକେଇ, ଜାଲିଆତି ଭଳି ମାମଲାର ଅଧିକ ଖୋଳତାଡ଼ ପାଇଁ ଆକାଶଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ଝାରପଡାରୁ ଜେଲରୁ କ୍ରାଇମବ୍ରାଂଚର ୫ ଜଣିଆ ଟିମ ଆକାଶଙ୍କୁ କଟକ ନେଇଛନ୍ତି । କଟକ କ୍ରାଇମବ୍ରାଂଚ ମୁଖ୍ୟଅଫିରେ ଆକାଶଙ୍କୁ ଜେରା କରାଯିବ । ଜେରା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆକାଶଙ୍କ ଠାରୁ ହାସଲ କରିପାରେ କ୍ରାଇମବ୍ରାଂଚ ।
କ୍ରାଇମବ୍ରାଂଚ ଜେରା ବେଳେ ଆକାଶ ପାଠକଙ୍କୁ ଟାଟା କମ୍ପାନୀରେ ଜାଲ ନିଯୁକ୍ତି ନେଇ ପଚରାଉଚରା କରିବ । ଏହି ଜାଲ ନିଯୁକ୍ତିରେ ଆଉ କେଉଁମାନେ ସଂପୃକ୍ତ ସେ ନେଇ ମଧ୍ୟ ଆକାଶଙ୍କୁ ଜେରା କରିବ କ୍ରାଇବ୍ରାଂଚ । ଏହା ସହ ସର୍ବେଶ୍ୱର ରାଓ ସହିତ ସଂପର୍କ ନେଇ ମଧ୍ୟ ଜେରା କରିପାରେ । ପୂର୍ବରୁ ଭିଜିଲାନ୍ସ ୩ ଦିନିଆ ରିମାଣ୍ଡରେ ପାଠକ ବାପ, ପୁଅଙ୍କୁ ନେଇଥିଲା । ୩ ଦିନିଆ ରିମାଣ୍ଡରେ ଯଥେଷ୍ଟ ତଥ୍ୟ ହାସଲ କରିଥିବା ଭିଜିଲାନ୍ସ କହିଥିଲା । ।ଆକାଶଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଂଚ ଆବେଦନ କରିଥିବା ବେଳେ ୫ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସଡିଜେଏମ କୋର୍ଟ ।

ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଅଭୟ ପାଠକ ଓ ଆକାଶ ପାଠକଙ୍କୁ ହାଜର କରାଯାଇଥିଲା । ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ ଅବଗତ କରାଯାଇଥିଲା । ୬୫ ଲକ୍ଷ ଠକେଇ ମାମଲାରେ ବି କୋର୍ଟକୁ ଅବଗତ କରାଯାଇଥିଲା । ଆକାଶଙ୍କ ନାଁରେ ଟଙ୍କା ଠକେଇ ନେଇ ଖାରବେଳ ଥାନାରେ ମାମଲା ରହିଛି । ଆକାଶଙ୍କ ବିରୋଧରେ ଆଇପିସିର ୪୧୯, ୪୨୦, ୪୬୮, ୪୭୧ ୫୦୬, ୩୪ ଦଫା ଲାଗିଛି।

Get real time updates directly on you device, subscribe now.

Leave A Reply

Your email address will not be published.