ମାନସ ହତ୍ୟା ଉପରୁ ହଟିବ ପରଦା, ଆଜିଠୁ ୫ ଦିନିଆ ରିମାଣ୍ଡରେ ୪ ଅଭିଯୁକ୍ତ
ଆଜିଠୁ ରିମାଣ୍ଡରେ ଯିବେ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଶର୍ମିଷ୍ଠା ରାଉତ । କୋର୍ଟ ଶର୍ମିଷ୍ଠା ରାଉତଙ୍କ ସହ ୪ ଜଣଙ୍କୁ ରିମାଣ୍ଡ ନେବା ପାଇଁ ଅନୁମତି ଦେଇଛନ୍ତି ।ଶର୍ମିଷ୍ଠାଙ୍କ ସହିତ ଆଉ ତିନି ଅଭିଯୁକ୍ତ- ଝୁନା ଭୋଇ, ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ମଧ୍ୟ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ।
ଶର୍ମିଷ୍ଠାଙ୍କ ସହ ଝୁନା, ନିରଞ୍ଜନ ଓ ରଞ୍ଜନଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଚାନ୍ଦବାଲି କୋର୍ଟ ଅନୁମତି ଦେଇଛନ୍ତି । ୧୦ ଦିନ ରିମାଣ୍ଡରେ ନେବାକୁ ଜେଏମଏଫସି କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ୧୦ ଦିନ ବଦଳରେ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ । କ୍ରାଇମ ପ୍ଲାନ୍ରେ କିଏ କିଏ ପାର୍ଟନର ଥିଲେ? ମେମୋରି ଚିପ କାହା ପାଖରେ ଅଛି? ମୋମୋରି ଚିପରେ କଣ ସବୁ ରହିଛି? ଏହି ସବୁ ପ୍ରଶ୍ନକୁ ନେଇ ତଥ୍ୟ ଓଗାଳିବ କ୍ରାଇମବ୍ରାଞ୍ଚ ।
ସୋମବାର ଦିନ ଗିରଫ ପରେ ଚାନ୍ଦବାଲି ଏସ.ଡି.ଜେ.ଏମ. କୋର୍ଟରେ ଶର୍ମିଷ୍ଠା ଏବଂ ଝୁନା ଭୋଇଙ୍କୁ ହାଜର କରାଯାଇଥିଲା। ଶର୍ମିଷ୍ଠା ସହିତ ଏହି ମାମଲାରେ ଗିରଫ ହୋଇଥିବା ମୋଟ ୭ ଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବା ଲାଗି କ୍ରାଇମ ବ୍ରାଞ୍ଚ ଆବେଦନ କରିଥିଲା। ତେବେ କେବଳ ୪ ଜଣଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏହା ପରେ ଏପ୍ରିଲ ୩ ତାରିଖ ଦିନ ୩ଟା ବେଳେ ଏମାନଙ୍କୁ କୋର୍ଟରେ ହାଜର କରିବା ଲାଗି କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଗତକାଲି ବିଚାର ବିଭାଗୀୟ ହାଜତରେ ରାତି କାଟିଛନ୍ତି ଶର୍ମିଷ୍ଠା।
Comments are closed.