THE BYAPINI

ପୁଣି ବାତ୍ୟା ଭୟ

Get real time updates directly on you device, subscribe now.

ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୩୦ ତାରିଖବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଅଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ଡିସେମ୍ବର ୨ରୁ ୪ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ‌ଏହି ଲଘୁଚାପ ବାତ୍ୟାର ରୂପ ନେବ ନା ଗଭୀର ଅବପାତରେ ସୀମିତ ରହିବ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ। ଏହା ପ୍ରଭାବରେ ଆସନ୍ତା ୨ରୁ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହାର ପ୍ରଭାବ କ’ଣ ରହିବ, ତାହା ଜଣାପଡ଼ିବ । ଏହାର ତ୍ରୀବତା ଓ ଗତିପଥ ବାବଦରେ ଏବେଠୁ ପୂର୍ବାନୁମାନ କରିହେଉନି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହା କେଉଁ ଦିଗକୁ ଗତି କରିବ ଓ ଏହାର କ’ଣ ପ୍ରଭାବ ରହିବ, ସେ ବାବଦରେ ସ୍ପଷ୍ଟ କହିହେବ । ତେବେ ଆସନ୍ତା ୪ତାରିଖ ବେଳକୁ ଏହା ଘନୀଭୂତ ହୋଇ ଉପକୂଳମୁହାଁ ହୋଇପାରେ ।

ସମ୍ଭାବ୍ୟ ବାତ୍ୟାଜନିତ ଲଗାଣ ବର୍ଷା ନେଇ ଚିନ୍ତା ବଢ଼ିଛି ଚାଷୀର । ବିଲରେ ଏବେ ପାଚିଲା ଧାନ ଛିଡ଼ା ହୋଇଛି । ଆଉ ୮/୧୦ ଦିନରେ ଅମଳ ହୋଇଥାନ୍ତା, ଏମିତିରେ ବର୍ଷା ସହ ପବନ ହେଲେ ସବୁ ଯିବ। ପାଚିଲା ଧାନ ଝଡ଼ିଯିବ । ବିଲରେ ବତୁରି ନଷ୍ଟ ହୋଇଯିବ। ଚାଷୀର ସବୁ ପରିଶ୍ରମକୁ ବରବାଦ୍‌ କରିଦେବ ଏହି ସମ୍ଭାବ୍ୟ ବାତ୍ୟା ।

Get real time updates directly on you device, subscribe now.

Leave A Reply

Your email address will not be published.