ପାରାଦୀପ-ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍
ପାରାଦୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟଶ୍’।ଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ ଅତି ଭୀଷଣ ବାତ୍ୟା ଭାବେ ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟା ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରୁ ବାତ୍ୟାର ପ୍ରଭାବରେ ପବନ ଆରମ୍ଭ ହେବ। ୨୪ସନ୍ଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୨୫ ତାରିଖରୁ ପବନର ବେଗ ବଢ଼ିବ। ଲ୍ୟାଣ୍ଡଫଲ୍ ବେଳକୁ ପବନ ବେଗ ୧୫୫ରୁ ୧୬୫ କିମି ରହିବ। ଏହାପରେ ଧିରେ ଧିରେ ପବନର ବେଗ ବଢି ଘଣ୍ଟା ପ୍ରତି ୧୮୫କିମି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ୪ଟି ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବେଶି ପ୍ରଭାବିତ ହେବ। ଯାଜପୁର, କଟକ, ମୟୂରଭଞ୍ଜରେ ବି ବାତ୍ୟାର ପ୍ରଭାବ ରହିବ। ଲ୍ୟାଣ୍ଡଫଲ ପୂର୍ବ ଓ ପର ୬ ଘଣ୍ଟାରେ ବାତ୍ୟାର ବେଶି ପ୍ରଭାବ ପଡ଼ିବ ବୋଲି ସୂଚନା ମିଳିଛି।ଉତ୍ତର ଓଡ଼ିଶାରେ ବି ପ୍ରବଳ ବର୍ଷିବ। କେତେକ ସ୍ଥାନରେ ୨୦ ସେମି ପର୍ୟ୍ୟନ୍ତ ବର୍ଷା ହୋଇପାରେ। ପବନର ବେଗ ଯାହା ରହିଛି ଏଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ ଏହାସହ ଆଜବେଷ୍ଟସ, କଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ବି ରହିଛି ବୋଲି କହିଲା ପାଣିପାଗ ବିଭାଗ।