THE BYAPINI

କାଲି ସକାଳୁ ଲ୍ୟାଣ୍ଡଫଲ କରିବ ବାତ୍ୟା

Get real time updates directly on you device, subscribe now.

ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’ । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଭଦ୍ରକ ଜିଲ୍ଲା ବାସୁଦେବପୁରରୁ ବାହାନଗା ଭିତରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନ ବେଳକୁ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ ଯେଉଁ ଆକଳନ କରାଯାଉଥିଲା ତାହା ଏବେ ବଦଳିବା ସହିତ ଆସନ୍ତାକାଲି ସକାଳୁ ଏହା ଲ୍ୟାଣ୍ଡଫଲ କରିବ ।

ସମୁଦ୍ର ଭିତରେ ଭୀଷଣ ସାମୁଦ୍ରିକ ଝଡର ରୂପ ନେଇସାରିଛି ୟାସ୍ । ତେବେ ଏହା ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ସ୍ଥଳ ଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ପରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଓଡିଶା ସୀମା ପାର୍ କରିବ । ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୪୦ରୁ ୧୫୫ କିମି ପ୍ରତି ଘଣ୍ଟା ରହିବ ବୋଲି ସେ କହିଛନ୍ତି । ବାତ୍ୟା ‘ୟାସ୍’ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଜିଠାରୁ ବର୍ଷା ଲାଗି ରହିଛି । ୨୬ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ପ୍ରବଳ ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୭ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨୬ ସକାଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ଝଟକା ପବନର ବେଗ ୧୮୦ କିଲୋମିଟର ଘଣ୍ଟାପ୍ରତି ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦ୍ରରେ ୨ରୁ ୪ ମିଟରର ଉଚ୍ଚ ଜୁଆର ଆସିପାରେ ।

Get real time updates directly on you device, subscribe now.

Leave A Reply

Your email address will not be published.