ବିହାରରୁ ଆସୁଥିଲା ବନ୍ଧୁକ..
ଜେଲରେ ଥାଇ ମଧ୍ୟ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସ ବାହାରେ କିଭଳି ନିଜର ଅପରାଧ ସାମ୍ରାଜ୍ୟ ଚଳାଇଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ପୁରା ତଥ୍ୟ ଦେଇଛନ୍ତି ପୁଲିସ କିମସନର । ବିହାର ମୁଙ୍ଗେରରୁ ବନ୍ଧୁକ ମଗାଇ କାରବାର କରୁଛି । ଏପରିକି ସହଯୋଗୀଙ୍କ ଜରିଆରେ ଆଦାୟ କରୁଛି ଦାଦାବଟି । ଚୋରା ବନ୍ଧୁକ କାରବାର ନେଇ ପୁଲିସ ଖବର ପାଇବା ପରେ ଡି ବ୍ରଦର୍ସଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ଜବତ କରିଛି । ଏବେ ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣିବ କମିସନରେଟ ପୁଲିସ ।
ଘରେ ଇଂଟେରିୟର ଡିଜାଇନ ଭିତରେ ଲୁଚାଯାଇଥିଲା ବନ୍ଧୁକ । ଡି ବ୍ରଦର୍ସଙ୍କ ସହଯୋଗୀ ଅପରାଧୀ ପ୍ରକାଶ ବେହେରାଙ୍କୁ ଜେରା ପୁଲିସ ଚୋରା ବନ୍ଧୁକ କାରବାର ବିଷୟରେ ଜାଣିବାକୁ ପାଇଥିଲା । ଏହା ପରେ ଡି ବ୍ରଦର୍ସଙ୍କ ଘରେ ଚଢାଉ କରି ୧୬ଟି ଚୋରା ବନ୍ଧୁକ, ୧୦୯୫ ଗୁଳି ଜବତ କରିଥିଲା । ପ୍ରକାଶ ବେହେରାର ତଥ୍ୟ ଆଧାରରେ ଚଢାଉ କରି ଏସବୁ ଅସ୍ତ୍ର ଶସ୍ତ୍ର ଜବତ କରା ଯାଇଛି। ଡିବ୍ରଦର୍ସ ଲିଙ୍କ୍ରେ ୮ ଜଣଙ୍କୁ ଗିରଫ କରାଯିବା ସହ ୪ ବାଇକ ଜବତ ହୋଇଛି । ସରୋଜ ସେଠୀ ବନ୍ଧୁକ ଦେଇଥିବା ପ୍ରକାଶ ବେହେରା କହିଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।
କଟକ କମିଶନରେଟ ପୋଲିସ ଗତ କିଛି ଦିନ ଧରି ଧଳ ସାମନ୍ତ ବଦର୍ସ ଲିଙ୍କରେ ଅନେକ ସହଯୋଗୀଙ୍କୁ ଉଠାଇନେଇ ଥିଲା। ବୁଧବାର ରାତିରେ ଏକ ବିଶେଷ ସୁତ୍ରରୁ ଖବର ମିଳିବା ପରେ ଚୌଦ୍ୱାର ଥାନା ପୋଲିସ ୩ ଜଣଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ମଧ୍ୟ ଗୁଳି ଓ ବନ୍ଧୁକ ମିଳିଥିଲା। ଧଳ ସାମନ୍ତ ବଦର୍ସଙ୍କ ଲିଙ୍କରେ ଏହି ୩ ଜଣ ଥିବା ପୋଲିସ ଜଣିବାକୁ ପାଇଥିଲା।
ଗତ ୨୦୧୬ ମସିହା ଜାନୁଆରୀ ୨୯ ତାରିଖରେ କମିଶନରେଟ ପୋଲିସ ଟିମ ସୁଶାନ୍ତ ଓ ସୁସିଲ ଧଳ ସାମନ୍ତ ବଦର୍ସକୁ ଗିରଫ କରିଥିଲା। ଡି-ବଦର୍ସ ଲିଙ୍କରେ ୩୦ ଅଧିକ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ମାମଲାରେ ଛନ୍ଦି ହୋଇଛନ୍ତି ଧଳ ବଦର୍ସ ।