THE BYAPINI

‘କୋର୍ବେଭାକ୍ସ’କୁ ମିଳିଲା ଅନୁମତି

Get real time updates directly on you device, subscribe now.

୧୨ ରୁ ୧୮ ବର୍ଷର କିଶୋରଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ମଞ୍ଜୁରୀ । ଭାରତର ଔଷଧି ମହାନିୟନ୍ତ୍ରକ(ଡିସିଜିଆଇ) ୧୨ ରୁ ୧୮ ବର୍ଷର ଆୟୁ ବର୍ଗର ପିଲାଙ୍କ ପାଇଁ ବାୟୋଲୋଜିକାଲ ଇ ଦ୍ଵାରା ପ୍ରସ୍ତୁତ କୋଭିଡ୍-୧୯ ଭ୍ୟାକ୍ସିନ କୋର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ୧୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ଏହା ପ୍ରଥମେ ବ୍ୟବହାର କରାଯିବ । ଶୁଳ୍କକୁ ହଟେଇ ଭ୍ୟାକ୍ସିସନର ମୁଲ୍ୟ ପ୍ରାୟ ୧୪୫ ଟଙ୍କା ହେବ ବୋଲି ଜଣାପଡିଛି । ଭାରତରେ ନିର୍ମିତ ଏହା ତୃତୀୟ ସ୍ୱଦେଶୀ କରୋନା ଟିକା । କରୋନା ବିରୋଧୀ ଲଢେଇରେ ଏହା ଆହୁରି ସହାୟକ ହେବ ବୋଲି କୁହାଯାଇଛି ।
ଭାରତ ସରକାର କୋର୍ବେଭାକ୍ସର ୫ କୋଟି ଡୋଜ୍ କିଣିବାକୁ ଆଦେଶ ଦେଇଥିଲେ। ବଜାରରେ ଏହାର ମୂଲ୍ୟ ୧୪୫ ଟଙ୍କା ରହିଛି। ଗତ ବର୍ଷ ଡିସେମ୍ବରରେ କରୋନାର ବୁଷ୍ଟର ଡୋଜ୍ ପାଇଁ ହାଇଦ୍ରାବାଦର କମ୍ପାନୀ ବାୟୋଲୋଜିକଲ ଇ. ଲିମିଟେ୍ କୋର୍ବେଭାକ୍ସ ଭ୍ୟାକ୍ସିନ ଟ୍ରାଏଲକୁ ମଞ୍ଜୁରୀ ମିଳିଥିଲା।
ଦେଶରେ ଏବେ କରୋନା ସଂକ୍ରମଣ କାବୁରେ ରହିଛି । ତେବେ ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପେ ଆମକୁ ଛାଡ଼ି ଯାଇନାହିଁ । ତେଣୁ ପୁଣି ଏକ କରୋନା ଟିକାକୁ ଅନୁମତି ମିଳିବା ନିହାତି ଭାବେ ଖୁସି ଖବର । ସାରା ଦେଶରେ ଏବେ ମଧ୍ୟ ଟିକାକରଣ ଜାରି ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.