THE BYAPINI

କିପରି ହେଲା ଯୁବକଙ୍କ ମୃତ୍ୟୁ ?

Get real time updates directly on you device, subscribe now.

ନଦୀ ପଠାରୁ ମିଳିଲା ଯୁବକଙ୍କ ମୃତଦେହ । ବ୍ରହ୍ମଗିରି ବ୍ଲକ ସାନବନ୍ଧକେରା ଗାଁର ଚିତ୍ତରଞନ ପଲାଇଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ । ଦୁର୍ଘଟଣା ପରେ ଦୁଇ ଦିନ ହେବ ନିଖୋଜ ପରେ ପୁରୀ ବାଲିଘାଇ ନୂଆନଈ ନିକଟରୁ ମିଳିଛି ମୃତଦେହ ।
ଗତ ଶନିବାର ରାତିରେ ଗଣମୃଗଶିର ବ୍ରିଜ୍ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ବାଇକ ସହ ଜଣେ ଯୁବକ ପଡିଥିବା ଦେଖିଥଲେ ସ୍ଥାନୀୟ ଲୋକେ । ହେଲେ ବାଇକ ମିଳିଥିଲେ ମଧ୍ୟ ଯୁବକଙ୍କ ପତା ମିଳିନଥିଲା । ନିଖୋଜ ପରେ ପାଖରେ ଥିବା ନୂଆ ନଦୀରେ ଅଗ୍ନିଶମ ବାହିନୀ ଖୋଜାଖୋଜି ଚଳାଇଥିଲା । ଦୁର୍ଘଟଣା ପରେ ଦୁଇ ଦିନ ହେବ ନିଖୋଜ ଯୁବକଙ୍କ ମିଳିଲା ମୃତଦେହ । ମୃତ ଯୁବକ ବ୍ରହ୍ମଗିରି ବ୍ଲକ ସାନବନ୍ଧକେରା ଗ୍ରାମର ଚିତରଞ୍ଜନ ପଲାଇ ।
ତେବେ ଦୁର୍ଘଟଣା ପରେ ଯୁବକଙ୍କ ମୃତଦେହ ହଠାତ ଗାଏବ ହୋଇଯିବା ଓ ନଦୀ ପଠାରୁ ମୃତଦେହ ମିଳିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପୁଲିସ ମୃତଦେହକୁ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.