THE BYAPINI

ନଦୀ ପଠାରୁ ମିଳିଲା କଟାମୁଣ୍ଡ

Get real time updates directly on you device, subscribe now.

ନଦୀ ପଠାରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ । ସୁନ୍ଦରଗଡ଼ ବନ୍ଧପାଲି ନିକଟ ଇବ୍ ନଦୀପଠାରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। କଟାମୁଣ୍ଡ ଓ ଗୋଟିଏ କଟା ଗୋଡ ଉଦ୍ଧାର କରାଯାଇଥିବା ବେଳେ ଆଉ ଗୋଟିଏ କଟା ଗୋଡ ମିଳୁନଥିବାରୁ ପୋଲିସ ପକ୍ଷରୁ ଖୋଜାଖୋଜି କରାଯାଉଛି।

ମୃତକ ତଳସରା ଥାନା ଅଞ୍ଚଳର ଦୁର୍ଗା ମାଝୀ । ତାଙ୍କ ମୁଣ୍ଡ ଓ ଦୁଇ ଗୋଡ଼ କାଟି ନୃଶଂସ ଭାବେ ହତ୍ୟା କରିବା ପରେ ମୃତଦେହ ଫୋପାଡି ଦିଆ ଯାଇଥିବା ସନ୍ଦେହ କରାଯାଉଛି। ହତ୍ୟାର କାରଣ କଣ ଥାଇପାରେ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତା ନା ହତ୍ୟା ପଛରେ ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ସୁନ୍ଦରଗଡ଼ ସଦର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।ତେବେ ଶରୀରର କଟା ଅଂଶ ଏଠାକୁ ଆସିଲା କିପରି ? ସେ ନେଇ ଛାନଭିନ କରୁଛି ପୁଲିସ ।
ଗତ ଜାନୁଆରୀ ୧୪ ତାରିଖରେ ସୁନ୍ଦରଗଡ ଟାଉନ ଥାନା ଭବାନୀପୁର ଗାଁର ଗାଁ ସାଥୀଙ୍କୁ ଖଣ୍ଡ ଖଣ୍ଡ କରି ଗାଁ ନିକଟ ପୋଖରୀରେ ଫିଙ୍ଗି ଦେବା ଘଟଣା ମନରୁ ଲିଭିନଥିବା ବେଳେ ଏବେ ବନ୍ଧପାଲି ଅଂଚଳରୁ ଆସିଛି ଏପରି ଖବର ।

Get real time updates directly on you device, subscribe now.

Leave A Reply

Your email address will not be published.