THE BYAPINI

ଦିଲ୍ଲୀ: ପ୍ରଦୂଷଣ ରୋକିବାକୁ ପଦକ୍ଷେପ

Get real time updates directly on you device, subscribe now.

ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଆକ୍ସନରେ ଦିଲ୍ଲୀ ସରକାର । ବାୟୁ ପ୍ରଦୂଷଣ ଯୋଗୁ ରାଜଧାନୀର ସମସ୍ତ ସ୍କୁଲ ଏକ ସପ୍ତାହ ପର୍ୟ୍ୟନ୍ତ ବନ୍ଦ । ସପ୍ତାହେ ସରକାରୀ କର୍ମଚାରୀ ଅଫିସ୍ ଯିବେ ନାହିଁ । ସରକାରୀ କାମ ଘରୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୭ ପର୍ୟ୍ୟନ୍ତ ସମସ୍ତ ନିର୍ମାଣ କାମ ଉପରେ ରୋକ୍ ଲଗାଯାଇଛି । ଦିଲ୍ଲୀରେ ପାର୍କିଂ ଚାର୍ଜ ୩ରୁ ୪ ଗୁଣା ବୃଦ୍ଧି କରାଯାଇଛି । ଇଟା ଭାଟି କିଛି ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ସେହିପରି ନିୟମିତ ଭାବେ ଦିଲ୍ଲୀର ରାସ୍ତାକୁ ସଫା କରାଯିବ ।
ସପ୍ତାହେରୁ ଅଧିକ ସମୟ ଧରି ଦିଲ୍ଲୀ ଓ ଏହାର ଆଖପାଖ ସହରରେ ଧୂଆଁ ସହ ମିଶ୍ରିତ ଘନ କୁହୁଡି ଯୋଗୁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଗତକାଲି ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୧.୧ ଡିଗ୍ରୀ ସେଲସିୟସ୍ରେ ପହଂଚିଯାଇଥିଲା । ଯାହାକି ଚଳିତ ବର୍ଷ ଶୀତ ଋତୁରେ ସର୍ବନିମ୍ନ ତାପମାତ୍ରା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ଦିଲ୍ଲୀର ତାପାମାତ୍ରା ଆହୁରି କମିପାରେ ।ଆଜି ମଧ୍ୟ ଦିଲ୍ଲୀରେ ବାୟୁର ମାନ ଖରାପ ସ୍ତରରେ ରହିଛି । ଆଇ ଏକ୍ୟୁଆଇ ୩୮୦ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.