ଗିରଫ ହେଲା ଡେଲିଭରି ବୟ
ଗିରଫ ହେଲା ଡେଲିଭରି ବୟ ।ନିଜେ ଅପହରଣ ନାଟକ ରଚିଥିବା ପତିତପାବନ ପୃଷ୍ଟିଙ୍କୁ ଗିରଫ କଲା ଭୁବନେଶ୍ୱର ଧଉଳି ଥାନା ପୋଲିସ । ପତିତପାବନ ପୃଷ୍ଟିଙ୍କୁ ମଧ୍ୟପ୍ରଦେଶରୁ ଆଜି ସକାଳେ ଭୁବନେଶ୍ୱର ଅଣାଯାଇଛି । ପ୍ରେମିକା ସହ ତାକୁ ଭୁବନେଶ୍ୱର ଅଣାଯାଇଛି । ଜଣେ ଯୁବତୀଙ୍କୁ ସାଥୀରେ ନେଇ ସେ ମଧ୍ୟପ୍ରଦେଶ ପଳାଇ ଯାଇଥିଲା । ସ୍ପେଶାଲ ସ୍କ୍ୱାର୍ଡର ୪ଜଣିଆ ଟିମ୍ ସେମାନଙ୍କୁ ଧରି ଓଡିଶା ଫେରିଛି ।
ଘଟଣାସ୍ଥଳକୁ ଯାଇ ଡେମୋ ଦେଖାଇବ ପତିତପାବନ ।ପତିତପାବନ ଯେଉଁ ଜାଗାରେ ଅପହରଣ ଓ ମିଛ ନାଟକ ରଚିଥିଲା ସେହି ଜାଗାକୁ ପତିତଙ୍କୁ ନେଇ ପଚରାଉଚରା କରିପାରେ । ଧଉଳି ଥାନାପୁଲିସ ଗୋପ ପୁଲିସ ସହ ଯୋଗାଯୋଗ କରୁଛି । ପତିତପାବନ ପୃଷ୍ଟି ପ୍ରେମ ପାଇଁ ନିଜେ ରଚିଥିଲା ଅପହରଣର ନାଟକ । କିଡନାପ୍ କରାଯାଇଥିବା ନେଇ ସେ ତାଙ୍କ ପତ୍ନୀଙ୍କୁ ଅଡିଓ ମେସେଜ୍ ପଠାଇଥିଲା । ଅଡିଓ ମେସେଜରୁ ତାଙ୍କୁ ଅପହରଣ କରାଯାଇନଥିବା ପୋଲିସ ସନ୍ଦେହ କରିଥିଲା ।ସୋମବାରଦିନ ମଧ୍ୟପ୍ରଦେଶ କଟନୀ ଜିଆରପି ପୁଲିସ ସେମାନଙ୍କୁ ଠାବ କରି କମିଶନରେଟ ପୁଲିସକୁ ଜଣାଇଥିଲେ ।