THE BYAPINI

କିଟ ଯଦି ଠିକ୍ ଭୁଲ କାହାର?

Get real time updates directly on you device, subscribe now.

ବୁର୍ଲା ଭିସୁଟରେ ଛାତ୍ରଛାତ୍ରୀଙ୍କ କରୋନା ରିପୋର୍ଟ ପ୍ରଥମେ ପଜିଟିଭ ଓ ପରେ ନେଗେଟିଭ ଆସିବା ଘଟଣାରେ କିଟ ପ୍ରସ୍ତୁତକାରୀ କମ୍ପାନୀ ସଫେଇ ରଖିଛି । କିଟ ଯୋଗାଣକାରୀ କମ୍ପାନି ଓସ୍କାର ମେଡିସିନ ପ୍ରାଇଭେଟ୍ ତାର କିଟରେ କୌଣସି ତ୍ରୁଟି ନଥିବା ଦାବି କରିଛି । କିଟ ଯୋଗାଇଥିବା କମ୍ପାନୀର ସଫେଇ ପରେ ଏବେ ପ୍ରଶ୍ନ ଉଠୁଛି ଭୁୁଲ କାହାର?

କିଟ୍ ଯୋଗାଇଥିବା କମ୍ପାନିକୁ କାରଣଦର୍ଶାଅ ନୋଟିସ ପରେ ଲାଇଭ୍‌ ଡେମୋ ଦେଖାଇଲା କିଟ୍‌ ପ୍ରସ୍ତୁତକାରୀ କମ୍ପାନୀ ଓସ୍କାର ମେଡିକେୟାର। ଫଳରେ ବୁର୍ଲା ଭିସୁଟ୍ ଛାତ୍ରଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ଭୀମସାର କୋଭିଡ୍‌ ନୋଡାଲ ଅଫିସରଙ୍କ ଉପସ୍ଥିତିରେ ଆଜି ଲାଇଭ୍‌ ଡେମୋ ଦେଖାଇଲା କିଟ୍‌ ପ୍ରସ୍ତୁତକାରୀ କମ୍ପାନୀ ଓସ୍କାର ମେଡିକେୟାର। ଡେମୋ ଦେଖାଇବା ପରେ ସମସ୍ତ କିଟ୍‌ ଠିକ୍‌ ଥିବା କହିଲା କମ୍ପାନୀ। କିଟ୍‌ରେ କୌଣସି ସମସ୍ୟା ନଥିବା କମ୍ପାନୀ କହିଛି ।

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଏକାଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ଘଟଣା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିଲା। ଭିସୁଟ୍‌କୁ ଶଟଡାଉନ ଘୋଷଣା କରାଯାଇଥିଲା। ଅନ୍ୟାଦେଶ ପର୍ୟ୍ୟନ୍ତ ଏହି ଅନୁଷ୍ଠାନକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଅଫଲାଇନରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ଘଟଣା ପରେ ଖୋଦ୍‌ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ ଉକ୍ତ କିଟ୍‌ଗୁଡ଼ିକୁ ତ୍ରୁଟିପୂର୍ଣ୍ଣ ରହିଥିବାରୁ ଭୁଲ ରିପୋର୍ଟ ବାହାରିଥିବା କହିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.