THE BYAPINI

ସାଆନ୍ତେଙ୍କ ପାଇଁ କିଲୋ କିଲୋ ସୁନା

Get real time updates directly on you device, subscribe now.

ଆଜି ବସନ୍ତ ପଂଚମୀ ବା ମହାପ୍ରଭୁଙ୍କ ରଥକାଠ ଅନୁକୂଳ । ଶ୍ରୀପଞ୍ଚମୀରେ ଜଣେ ଦାତାଙ୍କ ପକ୍ଷରୁ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାୟ ୪ କିଲୋ ୮୫୮ ଗ୍ରାମ ସୁନା ଓ ପ୍ରାୟ ୩ କିଲୋ ୮୭୬ ଗ୍ରାମ ରୁପା ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ ।

ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି ବଡ଼ ଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖପଦ୍ମ, ୨ଟି ଝୋବା, ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖପଦ୍ମ ଓ ୨ଟି ଝୋବା, ସୁଭଦ୍ରାଙ୍କ ପାଇଁ ୨ଟି ତଡ଼କି ଓ ୨ଟି ଝୋବା ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ମନ୍ଦିର ପ୍ରଶାସନକୁ ଏହି ଅଳଙ୍କାର ହସ୍ତାନ୍ତର କରାଯାଇଛି । ଏ ସମସ୍ତ ଅଳଙ୍କାରର ଓଜନ ୪ କେଜି ୮୫୮ ଗ୍ରାମ ରହିଛି। ଏଥିରେ ୩ କେଜି ୮୭୬ ଗ୍ରାମ ରୂପା ବ୍ୟବହାର ହୋଇଛି ।

ଏହି ଅଳଙ୍କାର ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ବ୍ୟବହାର ହେବ। ଏହି ଅବସରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଅନନ୍ତ ତିଆଡି ଏବଂ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମହାମାରୀ କୋଭିଡ ଯୋଗୁଁ ପାଖପାଖି ୯ ମାସ ପରେ ଖୋଲିଥିଲା ଶ୍ରୀମନ୍ଦିର । ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ସେବାୟତ ଓ ପରେ ପୁରୀ ବାସୀ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହା ପରେ ସର୍ବସାଧାରଣଙ୍କ ପାଇଁ ଖୋଲିିଥିଲା ଶ୍ରୀମନ୍ଦିର ।

Get real time updates directly on you device, subscribe now.

Leave A Reply

Your email address will not be published.